ବୀରମହାରାଜପୁର ବାଳକ ହାଇସ୍କୁଲ ରେ ଗାନ୍ଧିଜୀ ଓ ଶାସ୍ତ୍ରୀଜି ଙ୍କ ଜୟନ୍ତୀ ପାଳିତ
ବୀରମହାରାଜପୁର : ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି l ଶୁକ୍ରବାର ଏ ଉପଲକ୍ଷେ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଛାତ୍ର ବିଶ୍ୱରଞ୍ଜନ ରଣା,ସାର୍ଥକ ଶେଖର ପଧlନ ଓ ଶିକ୍ଷକ ବୈକୁଣ୍ଠ ନାୟକ,ପଞ୍ଚାନନ ମେହେର ପ୍ରମୁଖ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ l ସାଂସ୍କୃତିକ ପ୍ରମୁଖ ଶାନ୍ତନୁ କୁମାର ସିଂ ସାମନ୍ତ ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରଦ୍ୟୁମ୍ନ ହୋତା ଧନ୍ୟବାଦ୍ ଅର୍ପଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ l

