ଏବିଭିପି ହାତ କୁ ଗଲା କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ, ବିଜୟ ଉତ୍ସଵ ପାଳିତ।
କଳାହାଣ୍ଡି,୧୬/୧୦
ଦିର୍ଘ ୮ ବର୍ଷ ପରେ ଚଳ ଚଞ୍ଚଳ ହୋଇ ପଡିଛି କଲେଜ କ୍ୟାମ୍ପସ, ରାଜ୍ୟ ସରକାର ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ସରିଛି। ତେବେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ରେ ନିର୍ବାଚନ ନହୋଇ ସିଲେକ୍ସନ ପ୍ରକ୍ରିୟା ରେ ନିର୍ବାଚିତ ହୋଇଛନ୍ତି ଛାତ୍ରଛାତ୍ରୀ ନେତା।ଏଥିପାଇଁ ସରଗରମ ହୋଇଛି କଲେଜ କ୍ୟାମ୍ପସ। ତେବେ ୧୫ ତାରିଖ ରେ ନିର୍ବାଚନ ପରେ ଘୋଷଣା ହୋଇଛି ନିର୍ବାଚିତ ଓ ମନୋନୀତ ହୋଇଛି ଛାତ୍ରଛାତ୍ରୀ ନେତା ଙ୍କ ନାଁ। ଏହି କ୍ରମ ରେ ଡିଗ୍ରୀ ମହାବିଦ୍ୟାଳୟ କୋକସରା ର ଛାତ୍ର ସଂସଦ ସଭାପତି ଭାବେ ସଭାପତି ଅମର ନାଏକ,ଉପସଭା ନେତ୍ରୀ ଭାବେ ମୌସୁମୀ ନାଏକ, ସାଧାରଣ ସମ୍ପାଦକ ଭାବେ ହରିହର ପୁଞ୍ଜି, ସହ ସମ୍ପାଦକା ଭାବେ ତୁଳସୀ ରାଉତ,ସାଂସ୍କୃତିକ ସମ୍ପାଦକା ଭାବେ ବିଷ୍ଣୁପ୍ରିୟା ପରିଜା,କ୍ରୀଡ଼ା ସମ୍ପାଦକ ଭାବେ ନରେନ୍ଦ୍ର ବାଗ ମନୋନୀତ ହୋଇଛନ୍ତି। ଶୁକ୍ରବାର କଲେଜ ରେ ମନୋନୀତ ଛାତ୍ରଛାତ୍ରୀ ନେତା ଙ୍କ ଶପଥ ଗ୍ରହଣ ଉତ୍ସଵ ଅନୁଷ୍ଠିତ ହୋଇଥିଲା।ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୁଷ୍ପରାଜ ମେହେର ଙ୍କ ତତ୍ୱାବଧାନ ରେ ମନୋନୀତ ଛାତ୍ରଛାତ୍ରୀ ନେତା ଶପଥ ଉତ୍ସଵ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପରେ କ୍ୟାମ୍ପସ ପରିସରରେ ଏଭିବିପି ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଥିଲା। ଅବିଭିପି ର ମନୋନୀତ ଛାତ୍ର ସଂସଦ ର ଛାତ୍ରଛାତ୍ରୀ ନେତା ମାନେ ଆଗାମୀ ଦିନରେ ମହାବିଦ୍ୟାଳୟ ରେ ରହିଥିବା ଛାତ୍ରଛାତ୍ରୀ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ମହା ବିଦ୍ୟାଳୟ କର୍ତ୍ତୃପକ୍ଷ ସମେତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି କଲେଜ ରେ ରହିଥିବା ପ୍ରମୁଖ ସମସ୍ୟା କୁ ସମାଧାନ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଳି କହିଛନ୍ତି।

