ବଲାଙ୍ଗୀର: ହାତୀ ଆକ୍ରମଣରେ ବୃଦ୍ଧ ମୃତ; ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ।
ବଲାଙ୍ଗୀର,୨୨।୧୦: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଡ଼ାହିମାଲ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି। ଜଙ୍ଗଲ ନିକଟରେ ଘର କରି ରହୁଥିବା ଗାର ସୀତାରାମ ଭୋଇ ନାମକ ଜଣେ ବୃଦ୍ଧଙ୍କୁ ବଣୁଆ ହାତୀ ଦଳିଦେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ମୃତକ ସୀତାରାମ ଭୋଇ ଘରେ ଶୋଇଥିବା ସମୟରେ ହାତୀଟି ହଠାତ୍ ଆକ୍ରମଣ କରି ତାଙ୍କୁ ଦଳି ଦେଇଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣହାନି ହୋଇଥିଲା।
ଜଙ୍ଗଲ ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ଲାଗି ରହିଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଯଥେଷ୍ଟ ସଚେତନ କରାଯାଉ ନାହିଁ। ବନ ବିଭାଗର ଏଭଳି ନିଷ୍କ୍ରିୟତା ଯୋଗୁଁ ଏଭଳି ଦୁଃଖଦ ଦୁର୍ଘଟଣା ଘଟୁଥିବା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହାତୀ ଆତଙ୍କ ଖେଳିଯାଇଥିବାବେଳେ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି।
ଘଟଣା ସମ୍ପର୍କରେ ଖବର ପାଇ ସଇଁତଳା ବନ ବିଭାଗ ଓ ଦେଓଗାଁ ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

