ବଲାଙ୍ଗୀରରେ ଆସନ୍ତାକାଲି ଠାରୁ ଐତିହାସିକ ଜାତୀୟ ଲନ୍ ବଲ୍ ଚାମ୍ପିୟନସିପ୍: ଆରଏନ୍ ସିଂଦେଓ ସ୍ପୋର୍ଟ କମ୍ପ୍ଲେକ୍ସରେ ହେବ ଆୟୋଜନ ।
ବଲାଙ୍ଗୀର,୨୨।୧୦: ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ସ୍ତରର ଲନ୍ ବଲ୍ ଚାମ୍ପିୟନସିପ୍ ଆସନ୍ତାକାଲିଠାରୁ ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ପୋର୍ଟ କମ୍ପ୍ଲେକ୍ସରେ ଆରମ୍ଭ ହେବ। ଏହା ବଲାଙ୍ଗୀର ଜିଲ୍ଲା ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଅଟେ।
ଏହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ଆଜି ଏକ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇ ଅଂଶଗ୍ରହଣକାରୀ ଦଳ ଘୋଷଣା କରାଯାଇଛି।
ଏଥିରେ ଜାତୀୟ ସ୍ତରର ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ସମସ୍ତ ଖେଳାଳିଙ୍କୁ ପ୍ରତିଷ୍ଠାନ ଓ ଆୟୋଜକଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।
ବଲାଙ୍ଗୀରରେ କ୍ରୀଡ଼ାର ବିକାଶ ଏବଂ ଏହି ଜାତୀୟ ସ୍ତରର ଆୟୋଜନ ପାଇଁ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ, ବିଧାୟକ କଳିକେଶ ସିଂଦେଓ ଏବଂ ସୁମିତ୍ ବାବୁଙ୍କୁ ସେମାନଙ୍କର ମୂଲ୍ୟବାନ ଅବଦାନ ଓ ସହଯୋଗ ନିମନ୍ତେ ଧନ୍ୟବାଦ ଜ୍ଞାପନ କରାଯାଇଛି।

