ବେଲପଡ଼ା: ପୋଳ ତଳୁ ବୃଦ୍ଧଙ୍କ ଭାସମାନ ମୃତଦେହ ଉଦ୍ଧାର; ହତ୍ୟା ନା ଆତ୍ମହତ୍ୟା, ରହସ୍ୟ ଜାରି ।
ବଲାଙ୍ଗିର,୧।୧୧: ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଳକ ଅନ୍ତର୍ଗତ ବାହାବଲ ଗ୍ରାମ ପଞ୍ଚାୟତ ମାଲପଡ଼ା ଗାଁରେ ଏକ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ଗାଁର ମଦଭାଟି ନିକଟସ୍ଥ ଏକ ରାସ୍ତା ପୋଳ ତଳୁ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ତେବେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା, ସେନେଇ ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ଓ ରହସ୍ୟ ଘନୀଭୂତ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ମାଲପଡ଼ା ଗାଁର ମଦଭାଟି ଠାରୁ ଅଳ୍ପ ଦୂରରେ ଥିବା ପୋଳ ତଳେ ଏକ ଶବ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ବେଲପଡ଼ା ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ମୃତଦେହ ଜବତ କରିବା ସହ ତଦନ୍ତକୁ ଜୋରଦାର କରିଛି। ମୃତକଙ୍କ ପରିଚୟ ଏବଂ ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସର ଚୂଡ଼ାନ୍ତ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

