Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ବଢୁଛି ଛେଳି ଚୋରି ଆତଙ୍କ; ରାତି ଅଧରେ ଘରେ ପଶି ଚୋରି କରୁଛନ୍ତି ଦୁର୍ବୃତ୍ତ, ଗ୍ରାମବାସୀଙ୍କ କାବୁରେ ଚୋର ।

ବଲାଙ୍ଗୀର,୩।୧୧: ବଲାଙ୍ଗୀର ଜିଲ୍ଲାରେ ଏବେ ଛେଳି ଚୋରିର ଆତଙ୍କ ଦେଖିବାକୁ ମିଳିଛି। ରାତିର ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗାଁରୁ ଗାଁ ବୁଲି ଏପରି ଚୋରି କରୁଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୁଇଁତଳା ଏବଂ ଦେଓଗାଁ ଥାନା ଅନ୍ତର୍ଗତ ମହିମୁଣ୍ଡା ଓ ଉପରଝର ଗାଁରେ ରାତିରେ ଘରେ ପଶି ଦୁର୍ବୃତ୍ତମାନେ ଛେଳି ଚୋରି କରୁଥିବାବେଳେ ଘର ଲୋକଙ୍କ ନିଦ ଭାଙ୍ଗିଯାଇଥିଲା। ଫଳରେ ଛେଳିକୁ ଅଧାବାଟରେ ଛାଡ଼ି ଚୋରମାନେ ଫେରାର୍ ହେବାକୁ ଉଦ୍ୟମ କରିଥିଲେ। ତେବେ ସତର୍କ ଗ୍ରାମବାସୀ ସାହସିକତାର ସହ ଜଣେ ଚୋରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି।
ଧରାପଡ଼ିବା ଭୟରେ ଏହି ଦୁର୍ବୃତ୍ତମାନେ ଘର ଲୋକଙ୍କୁ ବିଭିନ୍ନ ପ୍ରକାରେ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଥାନାଗୁଡ଼ିକରେ ମାମଲା ରୁଜୁ କରା ଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories