OCS Exam: ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରୁ ହଟିଲା Attempt Limit, ଯୋଗ୍ୟ ପ୍ରାର୍ଥୀ ଦେଇପାରିବେ ଅସୀମିତ ଥର
ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ପରୀକ୍ଷାରେ ଆଉ ରହିବନି Attempt Limit। ଏଣିକି ନିର୍ଦ୍ଧାରିତ ବୟସ ଓ ଅନ୍ୟ ଯୋଗ୍ୟତା ପୂରଣ କରୁଥିବା ପ୍ରାର୍ଥୀ ଅସୀମିତ ଥର ପରୀକ୍ଷା ଦେଇପାରିବେ। ନଭେମ୍ବର ୨୦୨୬ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ପୂର୍ବରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ୬ ଥର ଏବଂ SEBC ବର୍ଗ ପାଇଁ ୯ ଥର ପରୀକ୍ଷା ଦେବାର ସୁଯୋଗ ଥିଲା। ଅନ୍ୟପକ୍ଷରେ SC/ST ବର୍ଗର ପ୍ରାର୍ଥୀଙ୍କ ପାଇଁ Attempt Limit ନଥିଲା। ନୂଆ ନିଷ୍ପତ୍ତି ଅନୁସାରେ, ସମସ୍ତ ବର୍ଗର ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଏହି ସୀମା ହଟାଇ ଦିଆଯାଇଛି।
ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ପ୍ରତିବର୍ଷ OCS ପରୀକ୍ଷା ଆୟୋଜନ କରାଯାଏ। ଏହା ମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରଶାସନିକ ଓ ସରକାରୀ ପଦବୀ ପାଇଁ ନିଯୁକ୍ତି ଦିଆଯାଏ। ଏହି ପରିବର୍ତ୍ତନ ଫଳରେ ବୟସ ସୀମା ଓ ଯୋଗ୍ୟତା ପୂରଣ କରୁଥିବା ପ୍ରାର୍ଥୀଙ୍କୁ ଅଧିକ ସୁଯୋଗ ମିଳିବ।

