Diabetes Survey: ଭାରତରେ ୩.୮୬ କୋଟି ବୟସ୍କ ଡାଇବେଟିସ୍ରେ ପୀଡ଼ିତ, କିନ୍ତୁ ନିଜ ରୋଗ ସମ୍ପର୍କରେ ଅଜ୍ଞାତ; IDF ସର୍ଭେରୁ ଆସିଛି ଚିନ୍ତାଜନକ ତଥ୍ୟ
ନୂଆଦିଲ୍ଲୀ: ଭାରତରେ ମଧୁମେହ ବା ଡାଇବେଟିସ୍ ରୋଗକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଇଣ୍ଟରନ୍ୟାସନାଲ୍ ଡାଇବେଟିସ୍ ଫେଡେରେସନ୍ (IDF) ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁସାରେ, ଦେଶରେ ପ୍ରାୟ ୩.୮୬ କୋଟି ବୟସ୍କ ଲୋକ ଡାଇବେଟିସ୍ରେ ପୀଡ଼ିତ ଥିଲେ ମଧ୍ୟ ଏ ସମ୍ପର୍କରେ ଜାଣିନାହାନ୍ତି। ଏହି ସଂଖ୍ୟା ଦେଶରେ ଡାଇବେଟିସ୍ରେ ପୀଡ଼ିତ ମୋଟ ୮.୯୮ କୋଟି ବୟସ୍କଙ୍କର ପ୍ରାୟ ୪୩ ପ୍ରତିଶତ।
ସର୍ଭେରେ ଆହୁରି ଜଣାପଡ଼ିଛି ଯେ, ଟାଇପ୍-୨ ଡାଇବେଟିସ୍ ହେବାର ଅଧିକ ଆଶଙ୍କା ଥିବା ଅନେକ ଲୋକ ନିଜ ବିପଦକୁ ଠିକ୍ ଭାବେ ବୁଝିପାରୁନାହାନ୍ତି। ଏପରିକି ରୋଗ ପରୀକ୍ଷା କେଉଁଠି ଓ କିପରି କରାଇବେ, ସେନେଇ ମଧ୍ୟ ଅନେକଙ୍କ ପାଖରେ ସ୍ପଷ୍ଟ ଧାରଣା ନାହିଁ। ଫଳରେ ରୋଗ ଥିଲେ ମଧ୍ୟ ଅନେକ ଲୋକଙ୍କଠାରେ ଏହା ଚିହ୍ନଟ ହୋଇପାରୁନାହିଁ।
ଏହି ତଥ୍ୟ ଡାଇବେଟିସ୍ର ଶୀଘ୍ର ଚିହ୍ନଟ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱକୁ ସାମ୍ନାକୁ ଆଣିଛି। ବିଶେଷକରି ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ଥିବା ଲୋକମାନେ ସମୟମତେ ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

