Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସଏନଏସ ବିଦ୍ୟାପୀଠ ଠାରେ ଶିଶୁ ଦିବସ ପାଳନ।

କଳାହାଣ୍ଡି,୧୪/୧୧
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସ୍ୱାମୀ.ନିଜମାନନ୍ଦ ସରସ୍ୱତୀ ବିଦ୍ୟାପୀଠ ପରିସରରେ ଶନିବାର ଶିଶୁ ଦିବସ ମହା ସମାରୋହ ରେ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଜନ୍ମଜୟନ୍ତୀ ତଥା ‘ଶିଶୁ ଦିବସ’ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।
​କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ସହ ଶିଶୁ ମାନଙ୍କ ପ୍ରତି ତାଙ୍କ ସ୍ନେହ, ଶ୍ରଦ୍ଧା ନେଇ ସ୍ମୃତି ଚାରଣ କରାଯାଇଥିଲା।​ଶିଶୁ ଦିବସର ମହତ୍ତ୍ୱ ଏବଂ ନେହେରୁଜୀଙ୍କ ଶିଶୁପ୍ରେମ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ବୃନ୍ଦ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ। ପିଲାମାନେ ଦେଶର ଭବିଷ୍ୟତ ଏବଂ ସେମାନଙ୍କର ସଠିକ୍ ବିକାଶ ହିଁ ଦେଶର ପ୍ରକୃତ ପ୍ରଗତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ​ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ