Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାଜପୁର କୁସୁମା ସମ୍ମୁଖରେ ସୁରକ୍ଷାକର୍ମୀଙ୍କ ମାଡ଼ରେ ପର୍ଯ୍ୟଟକ ଆହତ

ଯାଜପୁର ସହର କୁସୁମା ସମ୍ମୁଖରେ ସୁରକ୍ଷାକର୍ମୀଙ୍କ ମାଡ଼ରେ ପର୍ଯ୍ୟଟକ ଆହତ ହେବା ଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଆହତ ଯୁବକ ହେଉଛନ୍ତି ବରୀ କଳାଖଣ୍ଡ ଅଞ୍ଚଳର ଦେଵବ୍ରତ ସାହୁ ଓ ହାପି ସାହୁ। ଗତ କାଲି ଅପରାହ୍ନରେ କୁସୁମା ର ଟିକେଟ କଟା କୁ କେନ୍ଦ୍ର କରି ସୁରକ୍ଷାକର୍ମୀ ଓ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଏହା ଗଣ୍ଡଗୋଳର ରୂପ ନେଇଥିଲା| ଯେଉଁଥିରେ ସୁରକ୍ଷା କର୍ମୀଙ୍କ ମାଡ଼ରେ ଦେବବ୍ରତଙ୍କ ମୁଣ୍ଡ ଫାଟିଯାଇଥିବା ଦେଖିବାକୁ ମିଳିଛି। ସେପଟେ ସିକ୍ୟୁରୀଟି ଗାର୍ଡଙ୍କୁ ଦୁଇ ଯୁବକ ମଦ ପିଇ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଏ ନେଇ ଯାଜପୁର ପୋଲିସ ଘଟଣା ସ୍ଥଳରେ ପହଂଚି ପଚରା ଉଚୁରା କରି ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ