Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାଜପୁର ଜିଲାରେ ନୂତନ ଆଇଆଇମାନଙ୍କ ନିୟୋଜିତ ଲାଗି ନିର୍ଦେଶ

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଗତ ମାସେ ହେବ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ପବିତ୍ର ମହାରଣାଙ୍କୁ ବଦଳି କରାଯାଇଛି| ସାରା ରାଜ୍ୟରେ ବଦଳି ପ୍ରକ୍ରିୟାରେ 85 ଜଣ ଇନ୍ସପେକ୍ଟରଙ୍କ ନାମ ମଧ୍ୟରେ ମଙ୍ଗଳପୁର ଥାନାରେ ନିୟୋଜିତ ପବିତ୍ର ମହାରଣାଙ୍କ ନାମ ରହିଥିଲା| ଜଗତସିଂହପୁରକୁ ତାଙ୍କର ବଦଳି ପରେ ଯାଜପୁର ଜିଲ୍ଲା ହେଡ଼କ୍ୱାର୍ଟରରୁ ଚିନ୍ମୟୀ ସାହୁଙ୍କୁ ମଙ୍ଗଳପୁର ଥାନାକୁ ଆସିବାକୁ ନିର୍ଦେଶ ଜାରି କରାଯାଇଛି| ପତ୍ର ନଂ 1579 ଅନୁସାରେ ଯାଜପୁର ହେଡ଼କ୍ୱାର୍ଟରରୁ ଲିଜାରାଣୀ ବିଶ୍ୱାଳଙ୍କୁ ପାଣିକୋଇଲି, ଶଙ୍କର୍ଷଣ ଦଳାଇଙ୍କୁ ବିଂଝାରପୁର, ଶୁଭ୍ରାଂଶୁ ପରିଡାଙ୍କୁ ସୁକିନ୍ଦା, ସୁମନ୍ତୀ ମହାନ୍ତିଙ୍କୁ କୋରାଇ, ତପନ କୁମାର ନାୟକଙ୍କୁ ଧର୍ମଶାଳା, ଚିନ୍ମୟୀ ସାହୁଙ୍କୁ ମଙ୍ଗଳପୁର, ବିଲ୍ଵଆମଙ୍ଗଳମ ସେଠୀଙ୍କୁ ଯାଜପୁର, ଶ୍ରଵଣ କୁମାର ମହାରଣାଙ୍କୁ ବ୍ରହ୍ମବରଦା ଆଦିଙ୍କୁ ନିୟୋଜିତ ଲାଗି ନିର୍ଦେଶ ଜାରି କରାଯାଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ