Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରାଘାତରେ ଭାଙ୍ଗିଲା ବିଦ୍ୟାଳୟର ଛାତ: ପୋଡ଼ିଲା ୧0ଟି ଫ୍ୟାନ|

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କୟାଁ ପଞ୍ଚାୟତସ୍ଥ ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟର ଏକ ଶ୍ରେଣୀ କୋଠରୀକୁ ବଜ୍ରାଘାତ ହେବା ଫଳରେ ବିଦ୍ୟାଳୟରେ ଏକା ବେଳକେ ୧0ରୁ ଉର୍ଦ୍ଧ ଫ୍ୟାନ ପୋଡିଯିବା ସଙ୍ଗେ ସଙ୍ଗେ ଗୋଟିଏ ଶ୍ରେଣୀ କୋଠରୀର ଛାତ ଫାଟିଯାଇଥିବା ଦେଖିବାକୁ ମିଳିଛି| ଛାତ ଫାଟି ଯିବା ଫଳରେ ଛାତରୁ ବର୍ଷା ପାଣି ବୋହି ବିଦ୍ୟାଳୟ ଶ୍ରେଣୀ ପ୍ରକୋଷ୍ଠରେ ବର୍ଷା ପାଣି ଲହଡି ମାରୁଛି| ଫଳରେ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି| ପ୍ରକାଶ ଥାଉ କି ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫୧ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଛାତ ଭାଙ୍ଗିଯିବାରୁ ପାଠ ପଢା ଲାଗି ସମସ୍ୟା ଦେଖାଦେଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ