Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ପରିଚାଳନା କମିଟିର ସ୍ୱାଗତ ସମ୍ବର୍ଦ୍ଧନା: ମଙ୍ଗଳପୁର ମହିଳା ସ୍ନାତ୍ତକ ମହାବିଦ୍ୟାଳୟ

ଯାଜପୁର ଜିଲ୍ଲା ମଙ୍ଗଳପୁର ମହିଳା ସ୍ନାତ୍ତକ ମହାବିଦ୍ୟାଳୟର ନୂତନ ପରିଚାଳନା କମିଟିର ସ୍ୱାଗତ ସମ୍ବର୍ଦ୍ଧନା ସଭା ଜିଲ୍ଲାର ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି| ପରିଚାଳନା କମିଟିର ନୂତନ ସଭାପତି ତଥା ସମାଜସେବୀ ଜଗଦୀଶ ଶଙ୍କର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପଦେଷ୍ଟା କର୍ଣ୍ଣାଟକେଶରୀ ଦାସ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ| ଏଥି ସହ ନୂତନ ସଭାପତି ଶ୍ରୀଯୁକ୍ତ ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ମିନାକ୍ଷୀ ମିଶ୍ରଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ| ଏହାପରେ ମହାବିଦ୍ୟାଳୟର ବହୁବିଧ ସମସ୍ୟା ନେଇ ଅଧ୍ୟାପିକା ପ୍ରମିଳା ବାଇ ତଥ୍ୟ ଉପସ୍ଥାପନ କରିଥିଲେ| ଏହି ସଭାରେ ଅଧ୍ୟାପିକା ଶୁଭଶ୍ରୀ ଘଡ଼ାଇ, ସୁଷମା ସାହୁ, ଶୁଭଶ୍ରୀ ଭଞ୍ଜ, ଅନ୍ୟମାନଙ୍କ ମଧ୍ୟରେ କିରାଣୀ କୁସେନ୍ଦ୍ର କୁମାର ପ୍ରଧାନ, ଚିତରଞ୍ଜନ ବାରିକ, ଗୀତାରାଣୀ ସାହୁ ଉପସ୍ଥିତ ଥିଲେ| ନୂତନ ଭାବେ ପରିଚାଳନା କମିଟିର ସଭାପତି ଦାୟିତ୍ୱ ନେଇଥିବା ଶ୍ରୀଯୁକ୍ତ ସାହୁ ନିକଟସ୍ତ ଦାମୋଦରପୁର ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସେ ଦଶରଥପୁର ବ୍ଲକର ବହୁ ଶିକ୍ଷାନୁଷ୍ଠାନ ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଅଛନ୍ତି| ନିଜସ୍ୱ ପ୍ରଚେଷ୍ଟାରେ ବହୁ ଗରିବ ଛାତ୍ରଛାତ୍ରୀଙ୍କର ପଢା ଖର୍ଚ୍ଚ ବହନ କରିବା ସହ ଶିକ୍ଷାନୁଷ୍ଠାନ ଗୁଡିକର ରୂପରେଖ ବଦଳିରେ ମଧ୍ୟ ତାଙ୍କର ଅବଦାନ ରହିଛି| ଏଭଳି ଜଣେ ବ୍ୟକ୍ତିଙ୍କୁ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଭାବେ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଅଧ୍ୟକ୍ଷା ଡ଼. ମିଶ୍ର | ତେବେ ଶ୍ରୀଯୁକ୍ତ ସାହୁ ନିଜ ଅଞ୍ଚଳ ମହିଳା ମହାବିଦ୍ୟାଳୟର ଟେକ ରଖିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଏବଂ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି| ଶେଷରେ ଅଧ୍ୟାପିକା ଶୁଭଶ୍ରୀ ଘଡ଼ାଇ ଧନ୍ୟବାଦ ପ୍ରଦାନ ପୂର୍ବକ ସଭାସାଙ୍ଗ କରିଥିଲେ|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ