ଜମନକିରା ମହାବିଦ୍ୟାଳୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ପକ୍ଷରୁ ପ୍ରଶିକ୍ଷଣ ଶିବିର


ଜମନକିରା : ଜମନକିରା ମହାବିଦ୍ୟାଳୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ କଟକ ପକ୍ଷରୁ ଆଜି ମଙ୍ଗଳବାର ଦିନ ପ୍ରାୟ ସାଢେ଼ ୧୧ଟାରେ ଖ୍ୟାତି ଏବଂ ସମ୍ପ୍ରଦାୟ ସଚେତନତା କାର୍ଯ୍ୟକ୍ରମ ଯୁକ୍ତ ୨ ଅଡିଟୋରିୟରେ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ NDRF ଏସଆଇ ସୌର୍ୟକାନ୍ତ ମନି ସମେତ ଜମନକିରା ବିଡ଼ିଓ ପ୍ରସନ୍ନ ପଟେଲ, ଜମନକିରା ଯୁକ୍ତ ୩ ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ଜମନକିରା ଜିପିଓ ସତ୍ୟପ୍ରିୟ ସାହୁ, ଜମନକିରା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂର୍ଯ୍ୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। NDRF ଟିମ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିରରେ ଜମନକିରା ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟର NCC ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ପ୍ରାକ୍ରୁତିକ ବିପର୍ଯୟ ଓ ଦୁର୍ଘଟଣା ଜନିତ ସମୟରେ କିଭଳି ପଦକ୍ଷେପ ଏବଂ ମୁକାବିଲା କରି ହେବ ସେ ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଜମନକିରା ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ।