Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଡାଖମନରେ ଶିକ୍ଷାନୁଷ୍ଠାନ ସମୂହର ବୃକ୍ଷ ରୋପଣ ଓ ସଚେତନତା ସଭା

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଜମନକିରା ବ୍ଲକ ମହଦା ପଞ୍ଚାୟତର କର୍ଡାଖମନରେ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଓ ତାର ପଛ ପଟେ ଆଜି ଶତାଧିକ ଚାରା ରୋପଣ କରାଯାଇଛି। ଏହା ପୂର୍ବରୁ ସ୍କୁଲ ପରିଚାଳନା କମିଟି ସଭାପତି ବିଚିତ୍ର ବସନ୍ତ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି , କେସାଇବାହାଲ ର ପୂର୍ବତନ ସମିତି ସଭ୍ୟ ପଦ୍ମଲୋଚନ ଗୁରୁ ମୁଖ୍ୟବକ୍ତା, ବନ କର୍ମଚାରୀ ଯୋଗେଶ୍ୱର ମିଞ୍ଜ ଓ ଅବସର ପ୍ରାପ୍ତ ଶିକ୍ଷକ ଚିନ୍ତାମଣି ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅଞ୍ଚଳ ର ଶିକ୍ଷାନୁଷ୍ଠାନ ସମୂହ ରେ ଚାରା ଲଗାଇ ବୃକ୍ଷମୟ କରିବାକୁ ଶପଥ ପାଠ କରାଇଥିଲେ। ଚଳିତ ବର୍ଷ ସମେତ ତିନିଥର ପ୍ରକୃତି ବନ୍ଧୁ ସମ୍ମାନ ପାଇଥିବା ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ଏହାପରେ ଅଳ୍ପ ବୟସର ଶିଶୁ ଆୟୁଷ ଦୁବେ,ଏସିଆ ମୁଣ୍ଡା, ମାନଦିପ ପରେକ୍, ଗୌରବ ପଟେଲ, ଭୂମିକା ମାଝୀ ଓ କ୍ଷିରଦି ମାଝଙ୍କ ଚାରା ରୋପଣ କୁ ଅଭିଭାବକ ମହଲରେ ବେଶ୍ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳ୍ପନା ନାୟକ, ଗୁଲୁବଦନ ବଗର୍ତ୍ତି, ସଂଯୁକ୍ତ ପଟେଲ, ଶ୍ୱେତ ଉପାଧ୍ୟାୟ, ଅଜିତ ଦାସ, ତୃପ୍ତିମୟୀ ଷଣ୍ଢ, ଜୟକୃଷ୍ଣ ରକ୍ସା, ସୁନନ୍ଦା ବଗର୍ତ୍ତି, ଶିବାନୀ ଭୋଇ, ଭାରତୀ ପଟେଲ ପ୍ରମୁଖ ଶତାଧିକ ଚାରା ରୋପଣ କରି ଗଛ ଗୁଡ଼ିକର ଯତ୍ନ ନେବାକୁ ଶପଥ ନେଇଥିଲେ। ଶେଷରେ ତୃପ୍ତି ଷଣ୍ଢ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ବୃକ୍ଷ ରୋପଣ ସପକ୍ଷରେ ଜନମତ ସୃଷ୍ଟି କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଯୁବ ସ୍ବେଚ୍ଛାସେବୀ ରାହୁଲ କାଲୋ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ