Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ଵ ପ୍ରକୃତି ସଂରକ୍ଷଣ ଦିବସ ପାଳିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ କୁଡ଼ାପଡା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅରବିନ୍ଦ ପଟେଲଙ୍କ ସଭାପତିତ୍ବରେ ଆଜି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ବିଶ୍ଵର ସଂରକ୍ଷଣ ପାଇଁ ବ୍ୟାପକ ବୃକ୍ଷ ରୋପଣ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ପ୍ରକୃତି ବନ୍ଧୁ ସରୋଜ ମେହେର ଓ ସାମଜିକ କର୍ମୀ ଧନେଶ୍ଵର କିସାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସଂସ୍କୃତ ଶିକ୍ଷକ ସୁଶିଲ ମହାକୁଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ଉତ୍ସବରେ ତିନି ଥର ପ୍ରକୃତି ବନ୍ଧୁ ପୁରସ୍କାର ପାଇ ଥିବାରୁ ମୁଖ୍ୟଅତିଥି ଶ୍ରୀ ନାୟକଙ୍କୁ ତାଙ୍କର ସମାଜ ପ୍ରତି ଦାନ କୁ ସ୍ଵୀକୃତି ଜଣାଇ ସମ୍ମାନିତ କରା ଯାଇଥିଲା। ଶେଷରେ ହିନ୍ଦୀ ଶିକ୍ଷକ ପ୍ରଶାନ୍ତ କୁମାର ଭୁକ୍ତା ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ସହକାରୀ ଶିକ୍ଷୟିତ୍ରୀ ରଶ୍ମି ରେଖା ପଟେଲ, ପଙ୍କଜିନୀ ନାୟକ, ପ୍ରଦୀପ ପଟେଲ, କ୍ଷିରୋଦ ରାଉତ, ହେମନ୍ତ ଷଣ୍ଢ, ସୋମନାଥ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ସ୍କୁଲ ଚାରିପଟେ ୫୦ ଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରିବା ସହ ବାଡ ମଧ୍ୟ ଦିଆ ଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଲଳିତ ଛଞ୍ଛାନ, କ୍ରିଷ୍ଣା ନାଏକ, ଚିନ୍ତନ ରାଉତ, ଦିବ୍ୟ ରଞ୍ଜନ ମରେଇ, ନିଦର୍ଶନ ପଞ୍ଚଭୟା, କୀର୍ତ୍ତନ ଭୋଇ,ଲକ୍ଷ୍ମୀ କାନ୍ତ, ଶିଳ୍ପା ପଟେଲ, କବିତା ବଳୁଆ, ଲିହା ଶୁନାନୀ ପ୍ରମୁଖଙ୍କ ପରିଚାଳନାରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ