Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳିନ ସହ ଚାରା ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଟୁରାଚୁଆଁ ସରକାରୀ ଉଚ୍ଚ ବିଦ୍ୟାଲୟ ପରିସର ଓ ପଡିଆରେ ଆଜି ୫୫ଟି ଚାରା ରୋପଣ କରି ଆଜି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ହାଇ ସ୍କୁଲ ପଡିଆରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସଚନ୍ଦ୍ର ନାୟକ ଛାତ୍ରାବାସର ଅନ୍ତେବାସୀ ଓ ଅଭିଭାବକ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ବିଶ୍ୱରେ ବାଘର ସଂଖ୍ୟା କମ ହୋଇ ଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ। ଡ଼ାଇନୋସର ର ଅବସ୍ଥା ଯେଭଳି ଘଟିଛି। ତାହାର ପୁନରାବୃତ୍ତି ନହେଉ ସେଥିପ୍ରତି ଯତ୍ନବାନ ହେବା ଜରୁରୀ ବୋଲି କହିଥିଲେ।ତେଣୁ ସେଭଳି ସ୍ତୁତି ହେବା ପୂର୍ବରୁ ଜଙ୍ଗଲ ସୃଷ୍ଟି କରି ବ୍ୟାଘ୍ର ଜାତିକୁ ବଞ୍ଚିବାର ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ। ଏହାପରେ ବିଭିନ୍ନ ପ୍ରଜାତିର ୫୫ ଟି ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିମଳ ପ୍ରଧାନ, ସହକାରୀ ଶିକ୍ଷୟିତ୍ରୀ ପଙ୍କଜିନି ନାୟକ, ବିନୋଦିନୀ କିସାନ, ଯଦୁ ମୁଣ୍ଡା, ବିବେକ ନାଏକ, ସଞ୍ଜୀବ କାଆ, ରୋସନ ଟପୋ, ହେମନ୍ତ କିସାନ, ଚନ୍ଦନ ଛତ୍ରିଆ, ଶ୍ରୀତମ କିସାନ ପ୍ରମୁଖ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ବ୍ୟାଘ୍ର ସୁରକ୍ଷା ଓ ବୃକ୍ଷ ରୋପଣ ସପକ୍ଷରେ ସଚେତନତା ସୃଷ୍ଟି କରିଥିଲେ। ସମସ୍ତେ ଗୋଟିଏ ଲେଖାଏଁ ଚାରାର ସୁରକ୍ଷା ଦାୟିତ୍ବ ନେଇଥିଲେ।