Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଟିଡିଏ ପକ୍ଷରୁ ଓଡ଼ିଶା ରାଜ୍ୟ ଅନୁସୂଚିତ ଜନଜାତି ସଶକ୍ତିକରଣ ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମ

ଜମନକିରା : କୁଚିଣ୍ଡା ଆଇଟିଡିଏ ପକ୍ଷରୁ ଓଡ଼ିଶା ରାଜ୍ୟ ଅନୁସୂଚିତ ଜନଜାତି ସଶକ୍ତିକରଣ ଓ ଜୀବିକା ନିର୍ବାହ କାର୍ଯ୍ୟକ୍ରମ ଆଜି ପ୍ରାକୃତିକ ଚାଷପଦ୍ଧତି ଏବଂ ପ୍ରାଣୀ ସମ୍ପଦ ତାଲିମ ଶିବିର ଟାଙ୍ଗରାଣୀ ପାଲୋଖମନ ଗାଁ ସ୍ଥିତ ଗୋଷ୍ଠିକଲ୍ୟାଣ କେନ୍ଦ୍ର ଠାରେ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଏଥିରେ ବଡମାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବିଶେଷ କରି ଟାଙ୍ଗରାଣୀ, ପାଲୋଖମନ, ଚାନ୍ଦିପୋଷ, ବୈନ୍ଜାରୀ, ଗନଘୋଷା, ନୂଆଡିହୀ, ଲଦ୍ରୋପାଲ, କୋଲପାଲ, ବଡମାଲ ଆଦି ଗ୍ରାମରୁ ଶତାଧିକ ଚାଷୀ ଓ ମହିଳା, ଏସଏଚଜି ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଟିଏଲପି ର ସଂଯୋଜକ ରଘୁନାଥ ସାହୁ ଉପସ୍ଥିତ ରହି ପୂର୍ବକାଳରେ ଗ୍ରାମାଞ୍ଚଳର ପ୍ରାକୃତିକ ଚାଷପଦ୍ଧତି, ପ୍ରଚଳିତ ପୁରୁଣା ଧାନ ବିହନ, ଡାଲି ଜାତୀୟ ଶସ୍ୟ, ପନିପରିବା ଚାଷ କରୁଥିଲେ ବର୍ତ୍ତମାନ ସେହି ପଦ୍ଧତିକୁ ଫେରି ଆସିବାର ସମୟ ଆସିଛି, କାରଣ ଅଧିକ ଅମଳ ଅନେକ ରାସାୟନିକ ସାର ଓ କୀଟନାଶକ ଦ୍ରବ୍ୟ ବ୍ୟବହାର ଯୋଗୁଁ ଲୋକେ ଅନେକ ରୋଗ ବ୍ୟାଧିର ସମୁଖୀନ ହେଉଛନ୍ତି ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏଥିରେ ଆଇଟିଡିଏର ସହକାରୀ କୃଷି ଅଧିକାରୀ ଉପସ୍ଥିତ ରହି ଜୀବାମୃତ, ବାୟୋ ଉତ୍ତେଜକ, ଜୈବିକ ଖତ , ଲିମାମୃତ, ବୀଜାମୃତ ଇତ୍ୟାଦିର ପ୍ରସ୍ତୁତି ପ୍ରଣାଳୀ ତିଆରି କରି ଦେଖାଇଥିଲେ। ଏହିସମାଵେଶରେ କୁଚିଣ୍ଡା ଓ ଲଇକେରାର ପୂର୍ବତନ ବିଧାୟକ ତଥା ଆଦିବାସୀ ସୋସିଆଲ ଓ କଲ୍ଚରାଲ ସୋସାଇଟି କୁଚିଣ୍ଡାର ସାଧାରଣ ସମ୍ପାଦକ ବୃନ୍ଦାବନ ମାଝି ଯୋଗଦାନ ଦେଇ ଗ୍ରାମାଞ୍ଚଳରେ ଗୋସମ୍ପଦର ସୁରକ୍ଷା, ଗୋମୂତ୍ର ଓ ଗୋବରରୁ ଜୈବିକ ଖତ, ଲିମାମୃତ, ବୀଜାମୃତ, ଜୀବାମୃତ, ଧୂପ କାଠି, ଗୋ ସୂତ୍ରରୁ ବିଭିନ୍ନ ଔଷଧ ନିର୍ମାଣ, ଗ୍ରାମାଞ୍ଚଳର କୃଷକ ଗୋଷ୍ଠୀ, ମହିଳା ଏସ୍ଏଚଜି ମାନଙ୍କୁ ମାଗଣାରେ କେବଳ ଟ୍ରାନ୍ସପୋର୍ଟିଙ୍ଗ ଓ ଇନ୍ସୁରାନ୍ସ ବ୍ୟତୀତ ମିନି ପାୱାରଟିଲର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ରିହାତିରେ ପ୍ରଦାନ କରାଯାଉଥିବା କଥା କହିଥିଲେ। ଏଥିସହ ପାଲୋଖମନ ଗ୍ରାମରେ ଏକ ଗୋଶାଳା ସ୍ଥାପନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମାବେଶକୁ ସୁ ସଂଗଠିତ କରିବାରେ ଓଟିଏଲପି ପକ୍ଷରୁ ଗ୍ରାମ୍ୟ ସେବା ପ୍ରଦାୟକ ଅଶୋକ ସୁନାରି , ଉପସହାୟକ କୃଷ୍ଣ ଚନ୍ଦ୍ର ବାଘ, ଅନ୍ୟତମ ସେବା ପ୍ରଦାୟକ ସୁରଜିତ ନୂଆ, ଗଣେଶ ଜୟପୂରିଆ ଓ ଗ୍ରାମ୍ୟ ବିକାଶ କେନ୍ଦ୍ରର ସମ୍ପାଦକ ରଣଜୀତ ଏକ୍କା ଏବଂ ଗ୍ରାମର ଭରତ ଚନ୍ଦ୍ର ମାଝୀ ପ୍ରମୁଖ ବିଶେଷ ଭାବରେ ସହାୟତା ପ୍ରଦାନ କରିଥିଲେ। ଜନସାଧାରଣଙ୍କୁ ବିଷମୁକ୍ତ ଖାଦ୍ୟ ପଦାର୍ଥ ଉତପାଳନ କରିବା, ଜୈବିକ ଖତ ଓ ପ୍ରାକୃତିକ ଚାଷପଦ୍ଧତି ପ୍ରଚଳିତ କରିବାକୁ ଶିବିରରେ ଉପସ୍ଥିତ ଲୋକଙ୍କୁ କୁହାଯାଇଛି।