Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ୍ଧକାନି ରେ ବୃକ୍ଷ ରୋପଣ ଅଭିଯାନ ଉଦଘାଟିତ

ଜମନକିରା : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ କବରିବାହାଲ ପଞ୍ଚାୟତ ବନ୍ଧକାନି ଗ୍ରାମରେ ଆଜି ଠାରୁ ବୃକ୍ଷ ରୋପଣ ଅଭିଯାନ ତିନି ଜଣ ପ୍ରକୃତି ବନ୍ଧୁଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି। ପ୍ରଥମେ ବିମ୍ବାଧର ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମର ସ୍କୁଲ ସମୂହର ଏକ ସଚେତନତା ସଭା ବରିଷ୍ଟ ଶିକ୍ଷକ ପ୍ରଶାନ୍ତ କୁମାର ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତିନିଥର ପ୍ରକୃତି ବନ୍ଧୁରେ ପୁରସ୍କୃତ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷଚନ୍ଦ୍ର ନାୟକ ମୁଖ୍ୟ ଅତିଥି , ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର କୁମାର ଦାସ, ସମ୍ମାନିତ ଅତିଥି ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ବିଶ୍ଵ ରେମନିଷ, ବନ୍ୟା, ପ୍ରାଣୀ ଓ ପ୍ରକୃତି ସହ ସହାବସ୍ଥାନ ପାଇଁ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ଥିବା କହିଥିଲେ। ପ୍ରାରମ୍ଭରେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଲିଲି ପଟେଲ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାରେ ତିନି ପ୍ରକୃତିବନ୍ଧୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ସ୍ବେଚ୍ଛାସେବୀ ରବୀନ୍ଦ୍ର ପଟେଲ, ଅଶୋକ କୁମାର ନାୟକ, ଦିଲ୍ଲୀପ କୁମାର ଚୌଧୁରୀ, ସନ୍ତୋଷ ରଣା, ଅଶ୍ଵିନୀ ନାୟକ, ପ୍ରମୋଦ ନାୟକ, ପବିତ୍ର ଚୌଧୁରୀ, ଉମେଶ ଚୌଧୁରୀ, ଘନଶ୍ୟାମ ମାଝୀ ଆଦିଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତିର ପ୍ରାୟ ୯୦ଟି ଚାରା ଦୁଇଟି ପର୍ଯ୍ୟାୟରେ ରୋପଣ କରିଥିଲେ। ଏହା ପୂର୍ବରୁ ସ୍ମାଇଲ ପଟେଲ, ଶିବାନୀ କେଶର,ରଶ୍ମି ମଞ୍ଜରୀ ଖଣ୍ଡା, ସେବା ମହାପାତ୍ର, ସୌରଭ ମୁଣ୍ଡା ପ୍ରମୁଖ ଛାତ୍ରଛାତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଲୋଗାନ ସହ ଜନ ଜାଗରଣ କରିଥିଲେ। ସମସ୍ତେ ଗୋଟିଏ ଲେଖାଏଁ ଚାରାର ଦାୟିତ୍ଵ ନେବାକୁ ଶପଥ ନେଇଥିଲେ। ଶେଷରେ ହିନ୍ଦି ଶିକ୍ଷକ ଦିଲ୍ଲୀପ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଆଗାମୀ ଦିନରେ ସମସ୍ତ ସ୍କୁଲ୍ ପରିସର ଓ ଅଭିଭାବକଙ୍କ ବାଡ଼ିରେ ମଧ୍ୟ ବୃକ୍ଷ ରୋପଣ କରାଯିବ ବୋଲି ଘୋଷଣା କରାଯାଇଥିଲା।