Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଲେଇଗଡରେ ବୃକ୍ଷ ରୋପଣ ଅଭିଯାନ ଅନୁଷ୍ଠିତ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ ଗ୍ରାମ ଭେଡେନ ନିକଟସ୍ଥ ନଦୀ କୁଳ କ୍ଷୁଦ୍ର ପାହଡ଼ରେ ଆଜି ଗ୍ରାମର ୱାର୍ଡ ସଭ୍ୟ ସରୋଜ ମେହେରଙ୍କ ନେତୃତ୍ୱରେ ତାଙ୍କ ପରିବାର ଓ ୱାର୍ଡର ଅଧିବାସୀ ଗଣ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତିବନ୍ଧୁ ସୁବାସଚନ୍ଦ୍ର ନାୟକ ଯୋଗଦେଇ ବୃକ୍ଷ ରୋପଣ କରି ଅଭିଯାନକୁ ଆରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ଦାକିନୀ ମେହେର, ପଦ୍ମାବତୀ ମେହେର, ଭୂମିଲତା ମେହେର, ସୌଦାମିନୀ ମେହେର, ଶେଫାଳୀ ମେହେର, ନମିଲତ ମେହେର,ପିପୂଲ ସୁନାନି, ଲକ୍ଷ୍ମୀ ବାଦି, ଶିଶୁ ଡମ୍ବରୁ ଧର ଲୁହା, ପଙ୍କଜିନି ନାୟକ, ମନୋଜ କୁମାର ମେହେର, ଡମ୍ବରୁଧର ମେହେର ପ୍ରମୁଖ ଯୋଗ ଦେଇ ପ୍ରାୟ ୫୦ ଟି ବିଭିନ୍ନ ପ୍ରଜାତିର ନିଜେ ସଂଗ୍ରହ କରିଥିବା ଜଂଗଲୀ ଚାରା ରୋପଣ କରିଥିଲେ।ଶେଷରେ ସମସ୍ତ ମିଳିତ ହୋଇ ବିଭିନ୍ନ ସ୍ଲୋଗାନ ସହ ଚାରା ଗୁଡ଼ିକ ବଞ୍ଚେବାରେ ସହଯୋଗ କରିବେ ବୋଲି ଶପଥ ନେଇଥିଲେ। ପ୍ରକାଶ ଥାଉ କି, ଆଗରୁ ମଧ୍ୟ ଏହି ଛୋଟିଆ ଟାଙ୍ଗରା ପାହାଡ଼ରେ ମଧ୍ୟ ଚାରା ରୋପଣ କରି ଗଛ ଗୁଡ଼ିକୁ ବଞ୍ଚେଇ ପାରିଥିବା ବେଳେ ଆଗକୁ ମଧ୍ୟ ଏହି ଚାରା ରୋପଣ ଅଭିଯାନ ଆଗକୁ ଜାରି ରହିବ ବୋଲି ଉଦ୍ୟୋକ୍ତ ଗଣ ଘୋଷଣା କରିଥିଲେ।

More Stories