ବର୍ଷା ଯୋଗୁଁ ରାସ୍ତାରେ ବିରାଟ ଗଛ ପଡ଼ି ଯାତାୟାତ ବାଧପ୍ରାପ୍ତ


ଜମନକିରା : ଜମନକିରା ବ୍ଲକ ରାଜରାସ୍ତା ୫୩ ରୁ ଖର୍ଶନମାଲ ପଞ୍ଚାୟତ କୁମୁକାପାଲି କୁ ଯାଉଥିବା ପ୍ରଧାନମନ୍ତ୍ରୀ ସଡ଼କରେ ଲଗାଣ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତ୍ରୀରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଥିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବନ ବିଭାଗ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ପହଞ୍ଚି ଗଛ କାଟିବା ସହ ରାସ୍ତାରୁ ଗଣ୍ଡି ଗୁଡ଼ିକୁ ହଟେଇ ଥିବା ଜଣାଯାଇଛି।