Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସାତକମାରେ ଦ୍ଵିତୀୟ ପର୍ଯ୍ୟାୟ ବୃକ୍ଷ ରୋପଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିକଟସ୍ଥ ସାତକମା ଗ୍ରାମର ପଣ୍ଡରୀଡୁମୁରି ପାହାଡ଼ ତଳି ଜଙ୍ଗଲ ଖାଲି ସ୍ଥାନରେ ଆଜି ୨୦ଟି ଚାରା ରୋପଣ କରାଯାଇଛି।ପ୍ରଥମେ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତିବନ୍ଧୁ ସୁବାସ ଚନ୍ଦ୍ର ନାୟକ ଏକ ବର ଚାରା ରୋପଣ କରି କାର୍ଯ୍ୟକ୍ରମ କୁ ଶୁଭଆରମ୍ଭ କରିଥିଲେ। ଦ୍ଵିତୀୟ ଚରଣ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନ୍ୟତମ ପ୍ରକୃତିବନ୍ଧୁ ସରୋଜ ମେହେର, ପଙ୍କଜିନୀ ନାୟକ, ସ୍ଥାନୀୟ ଯୁବକ ସଂଘର ସର୍ବଶ୍ରୀ ସୁଜିତ ଭଇଁସା, ରୁପାନନ୍ଦ ବାଘ, ରତ୍ନେଶ୍ୱର ମାକର, ଅମିତ ଭଇଁସା ଓ ସ୍ଥାନୀୟ ବନ ସୁରକ୍ଷା ସମିତିର ସଭ୍ୟା ନୀଳାଦ୍ରି ପ୍ରଧାନ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର ହୋଇଛି।