Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତରଖାନା ଭିତରେ ଛତା ଓଢି ସାଲାଇନ ଓ ଇଞ୍ଜେକ୍ସନ ଦେଉଛନ୍ତି ଦିଦି

ଜମନକିରା : ଅନେକ ଦିନରୁ ସମସ୍ୟା ଘେରରେ ବୁଡି ରହିଛି ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଉନ୍ନୀତ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର। ଡାକ୍ତର ଏବଂ ଫାର୍ମାସିଷ୍ଟ ଙ୍କ ବ୍ୟତୀତ ଅନ୍ୟାନ୍ୟ କର୍ମଚାରୀ ଅଭାବରୁ ବହୁତ ସମସ୍ୟା ଦେଇ ଗତି କରୁଥିବା ବେଳେ ଚଳିତ ଲଗାଣ ବର୍ଷାରେ ଦେଖିବାକୁ ପଡ଼ିଛି ଆଉ ଏକ ସାଙ୍ଘାତିକ ସମସ୍ୟା। ଗତବର୍ଷ ଠାରୁ ବର୍ଷା ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତ୍ୟେକ କୋଠରୀର ଛାତରୁ ପାଣି ଝରୁଛି। ଯାହାକି ଡାକ୍ତର ଓ ନର୍ସଙ୍କ ସମେତ ରୋଗୀ ମଧ୍ୟ ହନ୍ତସନ୍ତ ହେଉଛନ୍ତି। ଡାକ୍ତରଖାନାର ଏଭଳି ସମସ୍ୟା ଯୋଗୁଁ ରୋଗୀ ଙ୍କ ଆଡମିଟ ନକରି ଡାକ୍ତର ତାଙ୍କୁ କୁଚିଣ୍ଡା ନହେଲେ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିବା ପାଇଁ ବାଧ୍ୟ ହେଉଛନ୍ତି। ଫଳରେ ରୋଗୀ ଏବଂ ସମ୍ପର୍କୀୟ ଅତ୍ୟଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଯେଉଁ ରୋଗୀ ରହୁଛନ୍ତି ତାଙ୍କୁ ବେଡ ଉପରେ ଛତା ଓଢେଇ ରହିବାକୁ ପଡୁଛି। ନର୍ସ ମଧ୍ୟ ଛତା ଓଢି ସାଲାଇନ ଓ ଇଞ୍ଜେକ୍ସନ ଆଦି ଜରୁରୀ ସେବା ଦେଉଥିବା ଦେଖିବାକୁ ମିଳିଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶୀଘ୍ର ପଦେକ୍ଷପ ନେବାପାଇଁ ବୁଦ୍ଧିଜୀବୀ ମହଲରୁ ଅନୁରୋଧ କରାଯାଇଛି।

More Stories