ବେଲଗୁଣ୍ଠାରେ ନୂତନ କୃଷିଅଧିକାରୀଙ୍କ ଯୋଗଦାନ


ବେଲଗୁଣ୍ଠା,05/08,ବେଲଗୁଣ୍ଠା ବ୍ଳକ୍ ରେ ପୂର୍ବରୁ ଥିବା କୃଷି ଅଧିକାରୀ ବାସୁଦେବ ସାହୁ ପଦୋନ୍ନତି ପାଇ ଆସିକା ଏଡିଓ ହୋଇ ଚାଲିଯାଇଥିବା ବେଳେ ପ୍ରାୟ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବେଲଗୁଣ୍ଠାରେ କୃଷି ଅଧିକାରୀ ପଦବୀ ଖାଲି ଥିଲା I ଆଜି ନୂତନ ସହକାରୀ କୃଷି ଅଧିକାରୀ ଭାବେ ଶୈଳସୂତା ସାହୁ ଏଠାରେ ଯୋଗ ଦେଇଛନ୍ତି I ତାଙ୍କୁ କୃଷି ଅଧିକାରୀ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀ, କୃଷକ ସାଥୀ, ଗ୍ରାମସେବକ ଏବଂ ସମସ୍ତ କର୍ମଚାରୀ ଫୁଲ ତୋଡ଼ା ପ୍ରଦାନ କରି ସ୍ୱାଗତ କରିଛନ୍ତି I ଶୈଳସୂତାଙ୍କ ନେତୃତ୍ୱରେ ଆଗାମୀ ଦିନରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ହେବ ବୋଲି ସମସ୍ତେ ଆଶା କରିଛନ୍ତି I ପ୍ରକାଶ ଥାଉକି ଶୈଳସୂତା ସାହୁ ଭୁବନେଶ୍ୱର ସେଞ୍ଚୁରୀଆନ୍ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ସମାପ୍ତ କରି ଏଠାରେ ପ୍ରଥମ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି I ଏନେଇ ତାଙ୍କ ପ୍ରତିକ୍ରିୟା ନେବାରୁ ସମସ୍ତ କୃଷକ, ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସୀଙ୍କ ସହଯୋଗରେ ବେଲଗୁଣ୍ଠାର କୃଷି ଉତ୍ପାଦନକୁ ଆଗକୁ ନେବେ ବୋଲି ପ୍ରକାଶ କରିଛନ୍ତି I