Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତା ବେହାଲ, ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ ଜୁନାନୀ ଗ୍ରାମବାସୀ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଜୁନାନି ଗାଁ ଠାରୁ ରେଙ୍ଗାଳବେଡା ପର୍ଯ୍ୟନ୍ତ ଥିବା ୨ କିଲୋମିଟର ରାସ୍ତା ଅବସ୍ଥା ଅତି ଶୋଚନୀୟ ଥିବାରୁ ଆଜି ଗ୍ରାମବାସୀ ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। ବିଡ଼ିଓ ପ୍ରସନ୍ନ ପଟେଲ ପ୍ରତିକାର କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ, ଯୁନାନି ଠାରୁ ରେଙ୍ଗାଳବେଡ଼ା ୨ କିଲୋମିଟର ମୋରୁମ ରାସ୍ତା ରହିଛି। ଯୁନାନୀ ଗାଁରେ ୪୦ ପରିବାର ବସବାସ କରି ରହୁଛନ୍ତି। ଏକ ମାତ୍ର ଥିବା ଏହି ରାସ୍ତାରେ ଗ୍ରାମବାସୀ ପ୍ରତ୍ୟହ ବିଭିନ୍ନ କାମ ନେଇ ଯାତାୟାତ କରିଥାନ୍ତି। କିଛି ବର୍ଷ ପୂର୍ବରୁ ରାସ୍ତାରେ ଥରେ ମାତ୍ର ମୋରମ ବିଛାଯାଇ ରାସ୍ତା କାମ କରାଯାଇଥିଲା। ବହୁ ବର୍ଷ ଏଭଳି କଷ୍ଟରେ ଚଳି ଯାଉଥିଲା। ତେବେ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ମୋରମ ସବୁ ରାସ୍ତାରେ ମିଶିଯାଇ ଖଳିଆମାଟି ବାହାରି ପଡ଼ିଲା। ଯଦ୍ୱାରା ରାସ୍ତାଟି କାଦୁଅ ପଚ୍ ପଚ ହୋଇ ଯାତାୟାତ ଆଦୌ ହୋଇ ପାରୁନାହିଁ। ପ୍ରତ୍ୟହ ଛାତ୍ରୀ ଛାତ୍ର ମାନେ ଏହି ରାସ୍ତାରେ ପାଠ ପଢିବା ପାଇଁ ୨ କିଲୋମିଟର ରାସ୍ତା ଯାଇ ଫେରୁଛନ୍ତି। ଏହି ରାସ୍ତାରେ ଚାଲିବା ମଧ୍ୟ ବହୁ କଷ୍ଟକର ହୋଇ ପଡ଼ୁଥିବା ନେଇ ଗ୍ରାମବାସୀ ବିଡ଼ିଓ ଙ୍କୁ ଗୁହାରି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ