Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମିଦାର କଟା କୁ ଗାଧୋଇ ବାକୁ ଯାଇ ପାଣୀରେ ବୁଡ଼ି ସୁଦବଲଣ୍ଡା ଗ୍ରାମର ଜଣେ ବ୍ୟକ୍ତି ମୃତ

ଜମନକିରା : ଜମନକିରା ଥାନା ବଡ଼ମାଲ ପଞ୍ଚାୟତ ଅନ୍ତର୍ଗତ ସୁଦବଲଣ୍ଡା ଗ୍ରାମର ଅବନୀ ମତୁଆରୀ (୫୫) ଗତକାଲି ଅପରାହ୍ନ ପ୍ରାୟ ୪ ଟା ପାଖାପାଖି ନିକଟସ୍ଥ ଜମିଦାର କଟାକୁ ଗାଧୋଇ ବାକୁ ଯାଇ ଘରକୁ ଫେରିନଥିଲେ। ଘର ଲୋକେ ବହୁତ ଖୋଜା ଖୋଜି ପରେ ମଧ୍ୟ ଅବନୀ କୁ ନପାଇ ହତାଶ ହୋଇ ପଡ଼ିଥିଲେ। ଆଜି ସକାଳୁ ଗ୍ରାମର କିଛି ବ୍ୟକ୍ତି ଉକ୍ତ କଟା କୁ ଗାଧୋଇ ବାକୁ ଯାଇଥିବା ସମୟରେ ଅବନୀ କୁ ପୋଖରୀ ଭିତରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଏବଂ ଜମନକିରା ପୋଲିସ କୁ ଖବର ଦେଇଥିଲେ। ପରେ ଗ୍ରାମବାସୀଙ୍କ ସାହାଯ୍ୟରେ ପୋଲିସ ଉପସ୍ଥିତରେ ଅବନୀ କୁ ପୋଖରୀ ରୁ ଉଦ୍ଧାର କରାଯାଇଥିଲା। ଜମନକିରା ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ଶବ କୁ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନା କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ