Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚଳିତ ଲଗାଣ ବର୍ଷାରେ ବାସହୀନ ହେଲେ ବଳବସପୁର ର ପବିତ୍ର ପିଙ୍ଗ

ଜମନକିରା,୧୧/୮: ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାସ ଶୂନ୍ୟ ହୋଇ ପଡିଛନ୍ତି ଜମନକିରା ବ୍ଲକ ସଦର ମହକୁମା ପଞ୍ଚାୟତ ବଲବସପୁର ପବିତ୍ର ପିଙ୍ଗ (୫୫) ତେବେ ସରକାରଙ୍କ ନିୟମ ଅନୁଯାୟୀ ସୁବିଧା କରାଯିବ ବୋଲି ବିଡ଼ିଓ ପ୍ରସନ୍ନ କୁମାର ପଟେଲ ମତ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାଇ, ପବିତ୍ର ଅନ୍ୟର ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି। ମୂଳ ଲାଗି ଯାହା କିଛି ଉପାର୍ଜନ କରନ୍ତି, ଉଭୟ ସ୍ବାମୀ ସ୍ତ୍ରୀ ବଡ କଷ୍ଟରେ ତେଲ ଲୁଣ କରି ଚଳନ୍ତି। ୧୦ବର୍ଷ ପୂର୍ବରୁ ଖଣ୍ଡେ ଇନ୍ଦିରା ଆବାସ ଘର ଗୋଟେ ପାଇଥିଲେ। ତେବେ ସେହି ଘରେ ନିଜ ପୁଅ, ବୋହୁ ଏବଂ ଦୁଇ ନାତି ନାତୁଣୀ ବସବାସ କରି ରହି ଆସୁଛନ୍ତି। ନିଜେ ପୂର୍ବରୁ ନିଜେ କରିଥିବା ଏକ ମାଟି ଚାଳ ଘରେ ରହୁଥିଲେ। ମାତ୍ର ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଘର ଟି ଭାଙ୍ଗି ଯାଇଛି। ତହସିଲଦାର ଏବଂ ରାଜସ୍ବ ନିରୀକ୍ଷକ ଙ୍କୁ ଦରଖାସ୍ତ ଦେଇ ଏକ ପଲିଥିନ ପାଇଛନ୍ତି। ଆଶା ରହିଛି କିଛି ସରକାରୀ ସାହାଯ୍ୟ। ତାହା ମିଳିଲେ ଘର କୁ ମରାମତି କରିବେ। ଏବେ ଘର ନଥିବାରୁ ବଡ ସମସ୍ୟାରେ ରହିଛନ୍ତି ଉଭୟ ବୁଢ଼ା ବୁଢ଼ୀ। ଶୀଘ୍ର ସରକାରୀ ସାହାଯ୍ୟ ମିଳୁ ବୋଲି ସାଧାରଣରେ ଦାବି ହେଉଛି।