Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ କନିଷ୍ଠ କଲେଜରେ ମୋର ମାଟି ମୋର ଦେଶ କାର୍ଯ୍ୟକ୍ରମ ,ଛାତ୍ର,ଛାତ୍ରୀ ନେଲେ ଶପଥ

ଜମନକିରା : ସମ୍ବଲପୁରସ୍ଥିତ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଅନୁଷ୍ଠାନ ସହିତ ମିଳିତ ଭାବରେ ଆଜି କୁଟୁରାଚୁଆଁ କନିଷ୍ଠ ମହାବିଦ୍ୟାଳୟ ସମ୍ମୁଖ ଭାଗ ରାସ୍ତା କଡ଼ରେ ଚାରା ଲଗା ଯାଇଛି। ପ୍ରଥମେ ଏହି କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଦୁଇଗୋଟି ଚାରା ଲଗାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ଦେଇ ମୋର ମାଟି ମୋର ଦେଶ କାର୍ଯ୍ୟକ୍ରମରେ ଦେଶ ପାଇଁ ନିଜ ଅଞ୍ଚଳକୁ ଭଲ ପାଇବାକୁ ଆହ୍ବାନ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ଉଭୟ କଲେଜ ପରିସର ଓ ରାସ୍ତା କଡରେ ଚାରା ରୋପଣ କରିଥିଲେ। ପ୍ରାରମ୍ଭରେ ସଭ୍ୟ ଅଧ୍ୟାପକ ସତ୍ୟ ନାରାୟଣ ପଟେଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ସୁଶ୍ରୀ ରଜେଶ୍ଵରୀ କିଶାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୁଝାରୀ ଓ ସ୍ବେଚ୍ଛାସେବୀ ଅଜିତ ପଧାନ ପରିଚାଳନା କରିଥିବା ବେଳେ ସବୁଜ ସୁନ୍ଦର ବିଶ୍ଵ ଓ ଆଗାମୀ କାଲି ସୁନ୍ଦର ଦେଶ ସୃଷ୍ଟି ପାଇଁ ଅତିଥି ଶ୍ରୀ ନାୟକ ଛାତ୍ର ଛାତ୍ରୀଙ୍କୁ ଶପଥ ପାଠ କରିଥିଲେ।ଶେଷରେ ଅଧ୍ୟାପକ ସୁଧୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

More Stories