Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କୁନ୍ତରାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପରିଚାଳନା କମିଟି ସମ୍ପାଦକ ତଥା କୁନ୍ତରା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ସଭାପତିତ୍ବରେ ବିଶ୍ୱରେ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଶୀର୍ଷକ ଆଲୋଚନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସଚନ୍ଦ୍ର ନାୟକ ମୁଖ୍ୟଅତିଥି, ଅନ୍ୟତମ ପ୍ରକୃତି ବନ୍ଧୁ ରବିନ୍ଦ୍ର କୁମାର ଦାସ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଭାକର ପଟେଲ, ନରେଶ ଚନ୍ଦ୍ର ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ହିଁ ଜୀବନ ବୋଲି କହିଥିଲେ। ଏହାପରେ ଭରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣ ଚନ୍ଦ୍ର ପୃଷେଠ,ବୁଦ୍ଧଦେବ ଚାନ୍ଦ, ଅଙ୍କିତ ପଟେଲ, ମୁକୁନ୍ଦ ସାହୁ, ଭକ୍ତ ଓରାମ, ଗଗନ ରଣା, ବିଜୟ ଦେହୁରୀ ଆଦିଙ୍କ ନେତୃତ୍ୱରେ ଶତାଧିକ ଚାରା ରୋପଣ କରଯାଇଥିଲା।ଛାତ୍ରଛାତ୍ରୀଙ୍କ ଭିତରେ ତନୟ ପଟେଲ,ସହିଲ ସେଠ୍, ତୁଷାର ରଣା, ଚିନ୍ମୟ ଦାସ ପ୍ରମୁଖଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। ତତ୍ ସହିତ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କୁ ବିଦ୍ୟାମନ୍ଦିର ପକ୍ଷରୁ ସବୁଜ ଆନ୍ଦୋଳନ ପାଇଁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।