Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଘରିଆ ସମାଜକୁ ରାଜଧାନୀରେ ଜମି ଓ ଗୃହ ଅର୍ଥ ପ୍ରଦାନ ପାଇଁ ଝାରସୁଗୁଡ଼ା ବିଧାୟିକାଙ୍କ ଦୃଷ୍ଟି ଆକର୍ଷଣ

ଜମନକିରା : ଅଖିଳ ଭାରତୀୟ ଆଘରିଆ ସମାଜ, ବାମଣ୍ଡା ଆଞ୍ଚଳିକ କମିଟିର ଏକ ଜରୁରୀ ବୈଠକ ସଭାପତି ଅଶୋକ କୁମାର ପଟେଲଙ୍କ ସଭାପତିତ୍ବରେ ଝୁଲେନପୋଲ ନିକଟସ୍ଥ ସମଲେଶ୍ଵରୀ ନର୍ସିଂ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ରାଜ୍ୟ ସରକାର ଝାରସୁଗୁଡ଼ା ଉପ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଆଘରିଆ ସମାଜ ପାଇଁ ଘର ଓ ଜମି ପ୍ରଦାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶୃତି ଅନୁଯାୟୀ ଅଧ ଏକର ଜମି ଓ ତିନି କୋଟି ଅର୍ଥରାଶି କୁ ସମଗ୍ର ଓଡ଼ିଶାକୁ ପ୍ରତିନିଧିତ୍ଵ କରୁଥିବା ଅଖିଳ ଭାରତୀୟ ଅଘରିଆ ସମାଜକୁ ଦେବା ପାଇଁ ଘୋଷଣା କରିଥିଲେ। ମାତ୍ର ତାହା ଏତେ ଦିନ ବିତିଯାଇଥିବା ବେଳେ କାର୍ଯ୍ୟକାରୀ କରାଯାଇନାହିଁ। ତେଣୁ ଆଜିର ଗୃହୀତ ପ୍ରସ୍ତାବରେ ରାଜଧାନୀରେ ଥିବା ଅଗ୍ରଗାମୀ ଓ ଅନ୍ୟ ଆଞ୍ଚଳିକ ଅଘାରିଆ ସଂଗଠନ ଏହି ମୁଖ୍ୟ ସଂଗଠନ ସହ ସଂପୃକ୍ତ ହୋଇ ଯିବାକୁ ଆହ୍ବାନ ଦେଇଥିଲେ। ଏଥିରେ ବୃହତ ଆଘରିଆ ସମାଜ କିପରି ସୁବିଧା ପାଇ ପାରିବେ ସେ ଦିଗରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଛନ୍ତି। ଏନେଇ ଝାରସୁଗୁଡ଼ା ବିଧାୟିକା ଦିପାଲୀ ଦାସ ଏବଂ ୫ଟି ସଚିବ ଏ ଦିଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଜାଇଛି। ପ୍ରକାଶ ଥାଉ କି, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ଦିଆଯାଇଥିବା ନେଇ ସମାଜ ପକ୍ଷରୁ କୁହାଯାଇଛି। ଏହି ବୈଠକରେ ରାଜ୍ୟ ସାଂଗଠାନିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ସାଧାରଣ ସମ୍ପାଦକ ସୁରେଶ କୁମାର୍ ପଟେଲ, ଉପଦେଷ୍ଟା ଗଙ୍ଗାଧର ନାୟକ, କୋଷାଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ନାଏକ, ପ୍ୟାରୀମୋହନ ପଟେଲ, ନରେଶ ଚନ୍ଦ୍ର ପଟେଲ, ବନମାଳୀ ନାୟକ, ଭବାନୀ ଶଙ୍କର ନାୟକ, ନୀଳାଦ୍ରି ବିହାରୀ ପଟେଲ, ସୁଧାକର ନାଏକ, ହେମସାଗର ପଟେଲ, ଗଣେଶରାମ ନାଏକ, ପ୍ରମୁକ ଉପସ୍ଥିତ ଥିଲେ।ଶେଷରେ କୁସୁମୀ ଗୁଡ଼ି ସମ୍ପାଦକ ଭବାନୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।