Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଦିଲ୍ଲୀ ବିଶ୍ଵବିଦ୍ୟାଳୟ ସ୍ତରୀୟ ଭାଷଣ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ପାଇଲେ ଖଲିଆପାଲିର ସୌମ୍ୟରଂଜନ

ସମ୍ବଲପୁର: ନିଷ୍ଠା ଓ ଇଚ୍ଛା ଶକ୍ତି ରହିଲେ ସଫଳତା ମିଳିଥାଏ। ଏଭଳି ସଫଳତା ଦେଖାଇବାରେ ସୌମ୍ୟରଞ୍ଜନ ବଡପଣ୍ଡା ରହିଛନ୍ତି ସର୍ବାଗ୍ରେ ।ନୂଆଁଦିଲ୍ଲୀ ଠାରେ ଥିବା ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରରେ ଆୟୋଜିତ ବିଶ୍ଵବିଦ୍ୟାଳୟ ସ୍ତରୀୟ ଭାଷଣ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ପାଇଛନ୍ତି ସମ୍ବଲପୁର ପୁଅ ସୌମ୍ୟରଂଜନ । “ମେରୀ ମିଟି ମେରେ ଦେଶ “କାର୍ଯକ୍ରମ ରେ ଆୟୋଜିତ ଭାଷଣ ପ୍ରତିଯୋଗିତାରେ “ମେରା ଦେଶ ସର୍ବଶ୍ରେଷ୍ଠ”ବିଷୟ ଉପରେ ନିଜର ବକ୍ତବ୍ୟ ଦେଇ ସଫଳତା ପାଇଛନ୍ତି ସୌମ୍ୟ। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ସୁଧା ଯାଦବ, ସାଂସଦ,ମହେନ୍ଦ୍ରଗଡ (ହରିୟାଣା), ମୁଖ୍ୟବକ୍ତା ଭାବେ ବିଦ୍ୟାଭାରତୀ ର ଅଖିଳ ଭାରତୀୟ ମହମନ୍ତ୍ରୀ ଶ୍ରୀ ଅବନିଶ୍ ଭଟନଗର ଏବଂ ଅଧ୍ୟକ୍ଷ ଭାବରେ କୁଳପତି ପ୍ରଫେସର ମୁରଲୀ ମନୋହର ପାଠକ ମହୋଦୟ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ।ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ ବାହାମ ଗ୍ରାମପଞ୍ଚାୟତ ଖଲିଆପାଲି ଗ୍ରାମର ବିଶ୍ବରଞ୍ଜନ ବଡପଣ୍ଡା ଓ କଲ୍ୟାଣୀ ବଡପଣ୍ଡାଙ୍କ ବଡ଼ ପୁଅ।ବାପା ମାଁଙ୍କ ଆଦର୍ଶରେ ପ୍ରେରିତ ହୋଇ ସେ ସବୁବେଳେ ନିଜ ଗାଁ ଆଉ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବା ଚେଷ୍ଟା କରୁଛି ବୋଲି ସୌମ୍ୟ କହିଛନ୍ତି। ଶିକ୍ଷା ଗ୍ରହଣ କରୁଥିବା ବେଳେ ସୌମ୍ୟ ଜଣେ ସୁବକ୍ତା,ସୁସଂଗଠକ ଓ ସମ୍ବଲପୁରୀ କଳା ସଂସ୍କୃତିର ଅନ୍ୟତମ ଯୁବ ପ୍ରତିଭା। ତାଙ୍କର ଏହି ସଫଳତା ପାଇଁ ସୌମ୍ୟଙ୍କୁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ। ଏହି ସଫଳତା ପାଇଁ ସୌମ୍ୟ ତାଙ୍କ ବାପା, ମା,ଭଉଣୀ,ବନ୍ଧୁ ପରିଜନ,ଗ୍ରାମବାସୀ, ସମ୍ବଲପୁରବାସୀ ଏବଂ ସମସ୍ତ ଗୁରୁଜନ ଙ୍କୁ ଶ୍ରେୟ ଦେଇଛନ୍ତି। ସୌମ୍ୟ ସବୁବେଳେ ମାତୃଭୂମି,ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବି ବୋଲି କହୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ