ଭାରି ଆପଣାର କିଏ କାହାର?

ସମ୍ବଲପୁର: ଲୋକଙ୍କ ଲୁହ ପୋଛି, ଓଠରେ ହସ ଫୁଟାଉଥିବା ସରକାର- ନବୀନ ସରକାର। ସାଢେ ୪ କୋଟି ଓଡିଶାବାସୀଙ୍କର ଭାରି ଆପଣାର ଏମିତି ଭାବରେ ସରକାରି ଦଳ ନିଜ ଗୋଟି ଚାଲନା ଚଲାଇଛନ୍ତି। ପୁଣି ଭାରି ଆପଣାର ନବୀନ ସରକାର ଭଳି ଗରୀବର ହକ୍ ପାଇଁ ନିଜର ବାହାବାଃ ଦେଖାଇବାରେ ମଧ୍ୟ କେବେ ପଛକୁ ଫେରିନି। କେନ୍ଦ୍ର ଅବହେଳାର ପ୍ରତିବାଦ କରେ ନବୀନ ସରକାର। କିନ୍ତୁ କେନ୍ଦ୍ରକୁ ସବୁ କ୍ଷେତ୍ରରେ ସମର୍ଥନର ହାତ ବଢାଏ।କେନ୍ଦ୍ର ଓଡିଶାକୁ କେବେବି ପଚାରେ ନାହିଁ ବୋଲି ବିଜେଡି ଅଭିଯୋଗ କରି ରାଜ୍ୟ ତାର ବିକାଶର ଦ୍ୱାର ଦେଖାଏ ବୋଲି ସବୁବେଳେ ଯୁକ୍ତି ବାଢୁଛି। ଏଥିପାଇଁ ବିଜେଡି ମିଡିଆ ୱିଙ୍ଗବି କାମ କରୁଛି। ଆଉ ବିଜେପିର ଯେତେ ତୁଙ୍ଗ ନେତାବି ଓଡିଶା ଆସନ୍ତି ନବୀନଙ୍କୁ ପ୍ରଶଂସା ନକରି କେହି କେବେ ଓଡିଶା ମାଟିରୁ ଫେରି ନାହାଁନ୍ତି। କାହାକୁ ଅପରଗ ବୋଲି ମନ୍ତ୍ରୀ ମଣ୍ଡଳରୁ ବାହାର କଲାତ କାହାକୁ ନିଜ କବ୍ଜାରେ ରଖି ବ୍ୟବହାର କରୁଛି। ଓଡିଶାର ଏଭଳି କୌଣସି ମନ୍ତ୍ରୀ ଛାତିରେ ହାତ ଦେଇ କହି ପାରିବେନି ମୋ ସମୟରେ ମୁଁ ଏ କାମ କରି ସମଗ୍ର ଦେଶକୁ ଏକ ନୂଆଁ ବାର୍ତ୍ତା ଦେଇଛି। ଏବେ ସମଗ୍ର ଓଡିଶାରେ ତୃଣ ମୂଳ ସ୍ତରରେ କାମ କରୁଥିବା ଆଶା,ଅଙ୍ଗନୱାଡି କର୍ମି,ଯୋଗାଣ ସହାୟକ,ପଞ୍ଚାୟତ ନିର୍ବାହୀ ଅଧିକାରିଙ୍କ ଠାରୁ ସରପଞ୍ଚ୍ ,ସମିତିସଭ୍ୟ/ସଭ୍ୟା ଯାଏ ସରକାର ନିକଟରେ ନିଜର ହକ୍ ମାଗି ନ୍ୟାୟ ପାଇଁ ଲଢେଇକୁ ଓଲ୍ଲେଇଛନ୍ତି। ବିଜେଡି ଲିଗାସି ନିଜର ସାଲିସ ପଛରେ ଧାଇଁଥିଲେବି ଅସଲ ବିଜେଡି ନେତା କିନ୍ତୁ ଚୁପ୍ ଚାପ୍ ରହିଛନ୍ତି। ନିରିକ୍ଷଣ କରୁଛନ୍ତି ଆଗାମୀ ପରିସ୍ଥିତି । ଉପରକୁ ବିଜେପି ବିଜେଡିକୁ ନେଇ ୨ ଦଳ ମଧ୍ୟରେ ଫାଟ ତିଆରି ହେଉଥିଲେ ମଧ୍ୟ ଉପର ମହଳରେ ୨ ଦଳର ଭାଇଚାରା ଖୁବ୍ ସ୍ୱଷ୍ଟ।ନବୀନ ବାବୁ ବିଜେପି ଆଶିର୍ବାଦରେ ହୋଇଥିଲେ ମୁଖ୍ୟମନ୍ତ୍ରୀ ।ସେ ଦିନ ଠାରୁ କେନ୍ଦ୍ର ବିରୋଧରେ ବିଜେଡିର ତଳିଆ ନେତା ସବୁ କହୁଥିଲେବି ଉପର ମହଳରେ କିନ୍ତୁ ୨ ଦଳ ମଧ୍ୟରେ ଭଲ ଆଶିର୍ବାଦ ଦିଆନିଆ ଚାଲିଛି। ସଂପ୍ରତି ଓଡିଶାରେ ଗଣତନ୍ତ୍ର ବିପନ୍ନ ଅବସ୍ଥାକୁ ପହଞ୍ଚିଥିଵା ବେଳେ ଦଳ ଭିତରେ ଥିବା ନିର୍ଭିକ ନେତାବି ମୁହଁ ନଫିଟାଇ ନୀଳବର୍ଣ୍ଣ ଶୃଗାଳ ଭଳି ନିଜର କରିସ୍ମା ଦେଖାଇ ଚାଲିଛନ୍ତି। ସେପଟେ ବ୍ୟୁରୋକାଟ ଙ୍କ ମହିମା ଦେଖୁଛନ୍ତି ଓଡିଶା ବାସୀ। ଏପରିକି ଗତକାଲି ଗଞ୍ଜାମର ଘଟଣା ଆଖି ଖୋଲି ଦେଇଛି । ସରକାରି ସଚିବ କୋଭିଡ୍-୧୯ ଘଟଣାକୁ ନେଇ ଜଣେ ବିଧାୟକଙ୍କୁ ଯେଭଳି ଆକ୍ଷେପ କଲେ ତାହା ଓଡିଶା ଇତିହାସରେ ଏକ ବିରଳ ଘଟଣା ଓ କିମ୍ବଦନ୍ତି ହୋଇ ରହିଗଲା। ନିର୍ବାଚିତ ହୋଇଥିବା ଜଣେ ବିଧାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଯେଉଁ ଭାବରେ ଗୁଣ୍ଡା ମାନେ ଆକ୍ରମଣ କଲେ ତାହା ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଏକ ମସ୍ତବଡ ଉପହାସ ବୋଲି ସାଧାରଣରେ ଚର୍ଚ୍ଚା ହେଲାଣି।କୋଭିଡ୍-୧୯ କଥା କହୁଥିବା ସରକାର କୋଭିଡ୍ ରେ ସୈନିକ ଭଳି କାମ କରି ଓଡିଶାର ସମ୍ମାନ ରଖିଥିବା କେତେଜଣ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରି ପାରିଲେ ତାହାହିଁ ଆଜି ବଡ ପ୍ରଶ୍ନ। ସରକାରକୁ ଯେଉଁ ସୈନିକ ମାନେ ଚନ୍ଦନ ଦେଲେ ସରକାର ତାଙ୍କୁ ଅଲୋଡା କଲା କିପରି ଏଭଳି ପ୍ରଶ୍ନ ଆଜି ବୁଦ୍ଧିଜୀବୀ ମହଳରେ ସରକାର ମୁଣ୍ଡରେ ଅଠା ବୋଲିବା ଭଳି ଜଟିଲ ପ୍ରଶ୍ନ ଲଦିଛନ୍ତି।କୋଭିଡ୍ ସମୟରେ ପାଖାପାଖି ଅଢେଇ ବର୍ଷ କାମ କରି ସରକାରଙ୍କୁ ସଫଳତା ଦେଇଥିବା ଅଧିକାଂଶ ଯୁବ ଶିକ୍ଷିତ ଓଡିଶା ବାହାରେ କାମ କରି ନିଜର ପ୍ରଦର୍ଶନ ଦେଖାଉଥିବା ବେଳେ ଓଡଶାରେ କିଭଳି ହେଲେ ଏମାନେ ଅଲୋଡା ତାକୁ ନେଇ ବିଧାୟକଙ୍କ ଉପରେ କାଦୁଅ ଫିଙ୍ଗୁଥିବା ସଚିବ କିଛି ଉତ୍ତର ଦେଇପାରିବେକି ବୋଲି ପ୍ରଶ୍ନ କରିଛନ୍ତି ଅନେକ କୋଭିଡ୍ ସୈନିକ ପରିବାର। ଆଶା ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ୟାର ସମାଧାନ କରୁଥିବା ସଚିବ ଏଭଳି ଏକ ଜଟିଳ ପ୍ରଶ୍ନର ଯଥାଶିଘ୍ର ସରଳ ସମାଧାନ ପୁର୍ବକ ଉତ୍ତର ରଖିବେ