Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀଶକ୍ତିର ପ୍ରତିଭା ଅନ୍ବେଷଣ

ସମ୍ବଲପୁର:ଅଞ୍ଚଳର ଅଗ୍ରଣୀ ସାମାଜିକ ସାଂସ୍କୃତିକ ସ୍ବେଚଛାସେବୀ ସଂଗଠନ ପଶ୍ଚିମାଞ୍ଚଲ ଏକତା ମଞ୍ଚର ନାରୀଶକ୍ତୀ ପକ୍ଷରୁ ଆଜି ଲେଡି ଲୁଇସ୍ ଗାର୍ଲସ ହାଇସ୍କୁଲରେ ପ୍ରକୃତି କବି ଗଂଗାଧର ମେହେରଙ୍କ ଜନ୍ମଦିନ ଅବ୍ୟବହିତ ପୁର୍ବରୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ସ୍କୁଲର ପ୍ରଧାନ ଶିକ୍ଷକ ସୁଜିତ କୁମାର ଲୁହା ଙ୍କ ଦ୍ବାରା ଜଗତଜନନୀ ମାଁ ସମଲେଇ ଏବଂ ଗଙ୍ଗାଧର ମେହେରଙ୍କ ପ୍ରତିକ୍ରୁତିରେ ମାଲ୍ୟାର୍ପଣ ଏବଂ ପୁଜାବିଧାନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା । ଏହି ଅବସରରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ର ଆବାହକ ଭବାନୀଶ ଭୋଇ ଏବଂ ମୂଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଉପସ୍ଥିତ ରହିଥିଲେ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀଶକ୍ତୀ ସଂଯୋଜିକା ପଙ୍କଜିନୀ ମେହେର ଙ୍କର୍ ତତ୍ବାବଧାନରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କର୍ କାବ୍ୟ କବିତା ଆବ୍ରୁତି ଏବଂ ଆତ୍ମଜୀବନୀ ଉପରେ ସମ୍ବଲପୁରୀ ଭାଷାରେ ବକ୍ତୃତା ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଅନେକ ଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ବକ୍ତୃତା ପ୍ରତିଯୋଗିତା ରେ ପ୍ରଭାତୀ ପଣ୍ଡା-ପ୍ରଥମ, ଲିଜା ସାହୁ-ଦ୍ୱିତୀୟ, ସିମରନ୍ ନାୟକ-ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ପ୍ରବନ୍ଧ ପ୍ରତିଯୋଗିତା ରେ ଚିନ୍ମୟୀ ସେଠ୍-ପ୍ରଥମ, ବର୍ଷାରାଣୀ ନାୟକ-ଦ୍ୱିତୀୟ, ଋଚିକା ରାଣୀ ପାଢୀ-ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ମଞ୍ଚ ପକ୍ଷରୁ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ୍ ଦେଇ ପୁରସ୍କୃତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସ୍କୁଲ ର ଶିକ୍ଷୟିତ୍ରୀ ଅନୁପମା ପଣ୍ଡା, କମଲିନୀ ଆଚାର୍ଯ୍ୟ, ନିରୁପମା ଅଦାବର, ମଞ୍ଜୁ ସରାଫ୍, ମୋନାଲିସା ପ୍ରଧାନ, ସୀମା ଶତପଥୀ, ଦେବାଞ୍ଜଳି ଆର୍ଯ୍ୟ କାର୍ଯ୍ୟକ୍ରମ ପରିଚାଲନା ରେ ସହଯୋଗ କରିଥିଲେ ।
ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ନାରୀଶକ୍ତୀ ଜିଲ୍ଲା ସଂଯୋଜିକା ସ୍ୱସ୍ତିକା ନାୟକ, ସହ ସଂଯୋଜିକା ପଙ୍କଜିନୀ ବୈଠାରୁ, ନାରୀଶକ୍ତୀ ସହ ସଂଯୋଜିକା ଝୁନୁ ତ୍ରିପାଠୀ, ମହିଳା ସଂଯୋଜିକା କାନ୍ତି ମେହେର, ଶାଖା ସଂଯୋଜିକା ସୁଜାତା ଗୁରୁ, ଏବଂ ଲକ୍ଷ୍ମୀପ୍ରିୟା ପ୍ରଧାନ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ଆୟୋଜନ ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ