Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମ୍ୟୁନିଟି ରେଡ଼ିଓ ହୀରାଖଣ୍ଡର ଧନ୍ୟବାଦ ସମାରୋହ

ସମ୍ବଲପୁର:କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ଦୀର୍ଘ ଛଅ ବର୍ଷ ହେଲା( ୨0୧୮ ମସିହାରୁ ) ସମ୍ବଲପୁର ସହରରେ କାର୍ଯ୍ୟ କରି ଆସୁଛି କମ୍ୟୁନିଟି ରେଡ଼ିଓ ହୀରାଖଣ୍ଡ 90.8 ଏଫ.ଏମ. l ଇତି ମଧ୍ୟରେ ରେଡ଼ିଓ ହୀରାଖଣ୍ଡକୁ ସମାଜର ସମସ୍ୟା କୁ ଅନବରତ ଭାବେ ନିର୍ଭିଗ୍ନରେ କାର୍ଯ୍ୟକରି ଅସୁଥୁବା କାରଣରୁ ଭାରତ ସରକାର ଅଧିନସ୍ଥ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨ ଟି ଜାତୀୟ ସମ୍ମାନ ରେ ସମ୍ମାନିତ କରିଛନ୍ତି l ରେଡ଼ିଓ ହୀରାଖଣ୍ଡ ର ଏହି ସଫଳତାର ଶ୍ରେୟ ସମ୍ୱଲପୁରବାସୀ ତଥା ଏହି ସଂସ୍ଥା ର ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ରହି କାର୍ଯ୍ୟ କରି ଆସିଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଦେବା ଉଦ୍ୟେଶ୍ୟ ରେ ଏକ ଧନ୍ୟବାଦ ସମାରୋହ ର ଆୟୋଜନ କରିଛି ସୁପ୍ରତିଭା ଦ୍ୱାରା ପରିଚାଳିତ ରେଡ଼ିଓ ହୀରାଖଣ୍ଡ l ସୁପ୍ରତିଭାର ଅଧ୍ୟକ୍ଷ ରାଜକିଶୋର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ,ସମ୍ମାନିତ ଅତିଥି ଭାବରେ ଚାଷୀ ନେତା ତଥା ସମାଜସେବୀ ଅଶୋକ ପ୍ରଧାନ, ସମାଜସେବୀ ଶାଲୁ ଷାଣ୍ଡିଲ୍ୟ ରାଜପୁତ ଯୋଗଦେଇଥିବା ବେଳେ ରେଡ଼ିଓ ହୀରାଖଣ୍ଡର ନିର୍ଦେଶକ ବିକାଶ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l
କାର୍ଯ୍ୟକ୍ରମ ଆରମ୍ଭରେ କବି ବବଲୁ ବାଗଙ୍କ ସଂଯୋଜନାରେ ଏକ କବି ସମ୍ବିଳନୀ ଅନୁଷ୍ଠିତ ହୋଇଥିଲାl ଏଥିରେ କବି ଜୟକୃଷ୍ଣ ବେହେରା, ସୂର୍ଯ୍ୟ କୁମାର ପାଣିଗ୍ରାହୀ, କମଳଲୋଚନ ପଣ୍ଡା, ଲଳିତ ମୋହନ ବେବର୍ତ୍ତା ଓ ଯୋଗେଶ ନନ୍ଦ ପ୍ରମୁଖ ଭିନ୍ନ ଭିନ୍ନ ସ୍ୱାଦ ର କବିତା ପାଠ କରିଥିଲେ l
ରେଡ଼ିଓ ହୀରାଖଣ୍ଡ ର ନିର୍ଦେଶକ ଶ୍ରୀ ମହାପାତ୍ର ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଶ୍ରୀ ମହାପାତ୍ର ଏହି ରେଡ଼ିଓ ହୀରାଖଣ୍ଡ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ରହି କାର୍ଯ୍ୟକରୀ ଆସିଥିବା ପ୍ରତିଟି ବ୍ୟକ୍ତି ତଥା ସମ୍ବଲପୁର ବାସୀ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଶ୍ରୀ ପ୍ରଧାନ ରେଡ଼ିଓ ହୀରାଖଣ୍ଡ କାର୍ଯ୍ୟ ଶୈଳୀ କୁ ଭୁୟସୀ ପ୍ରଶଂସା କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ସମାଜ କୁ ଦିଗଦର୍ଶନ ଦେବାରେ କମ୍ୟୁନିଟି ରେଡ଼ିଓ ର ଭୂମିକା ଯେତେ ତାଠୁ ବେଶି ଦାୟିତ୍ୱ ସମାଜ ର ସମସ୍ୟା କୁ ଲୋକଲୋଚନକୁ ଆଣିବା ସହ ସମାଧାନ ର ରାସ୍ତା କୁ ଆଣିବା ଅଟେ l ରେଡ଼ିଓ ହୀରାଖଣ୍ଡ ଆଜି ସେଇ ଦୃଢ଼ ମନୋବଳ ସହ କାର୍ଯ୍ୟ କରିଆସିଛି ବୋଲି ଆଜି କେନ୍ଦ୍ର ସରକାର ଦ୍ୱାରା ସମ୍ନାନ ପାଇଛି ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ l ସମ୍ବଲପୁରୀ ଭାଷାରେ ରେଡ଼ିଓ ହୀରାଖଣ୍ଡ କାର୍ଯ୍ୟ କରୁଥିବାରୁ ମୁଖ୍ୟଅତିଥି ଶ୍ରୀ ଆଚାର୍ଯ୍ୟ ଭୂୟସୀ ପ୍ରଶଂସା କରିଥିଲେ l
ଏହି ଅବସରରେ ଏହି କମ୍ୟୁନିଟି ରେଡ଼ିଓ ହୀରାଖଣ୍ଡ କୁ ଏକ ପରିଚୟ ଦେବାରେ ଯୋଗଦାନ ପାଇଁ ଶାଲୁ ସାଣ୍ଡିଲ୍ୟ ରାଜପୁତ, ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଦୀପା ଗୁପ୍ତା, ଆର ଜେ ରଶ୍ମି, ଆର ଜେ ବିନ୍ଦୁ, ଆର ଜେ ରାଜୁ କୁ “ସୁପ୍ରତିଭା” ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା l
ସୂଚନାଯୋଗ୍ୟ ଯେ ରେଡ଼ିଓ ହୀରାଖଣ୍ଡ ଇତିମଧ୍ୟରେ ” ହୀରାଖଣ୍ଡ ର ହୀରା “, “ଆଲତି”, “ଚାସବାସ”,” ଇଚିର ମିଚିର”, “ସମ୍ବଲପୁରୀ କହର ” ପ୍ରସାରଣ କରି ଏକ ସ୍ୱତନ୍ତ୍ର ପରିଚୟ ତିଆରି କରି ପାରିଛି l କୁପୋଷଣକୁ ନେଇ ମଧ୍ୟ ଏକ ଖୁବ ସୁନ୍ଦର କାର୍ଯ୍ୟକ୍ରମ ନିର୍ମାଣ କରି ପ୍ରଶଂସା ପାଇଥିବା ବେଳେ କୋଭିଡ ମହାମାରୀ ସମୟରେ ରେଡ଼ିଓ ହୀରାଖଣ୍ଡ ପ୍ରଶାସନ ଓ ପୀଡିତ ବ୍ୟକ୍ତି ଙ୍କୁ ଯୋଡି ସମସ୍ୟା ଙ୍କୁ ସମାଧାନ କରି ପାରିଥିଲା ବୋଲି ଅନୁଷ୍ଠାନର ପିଙ୍କି ପ୍ରଧାନ ସୂଚନା ଦେଇଥିଲେ l
ଏହି ଧନ୍ୟବାଦ ସମାରୋହର ସୁପରିଚାଳନାରେ ରେଡ଼ିଓ ହୀରାଖଣ୍ଡର କୃଷ୍ଣଚନ୍ଦ୍ର ବାଗ,ଲଳିତ ବେବର୍ତ୍ତା, ତାପସ ଭୋଇ, ଲିପସା ମହାପାତ୍ର, ଶଶୀକାନ୍ତ ମହାନ୍ତି, ସାରା ନାଗ, ମୋନାଲିସା ମାଝୀ ଓ ନୀଳାଚଳ ଭୋଇ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories