Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୃହତ ମାର୍କେଟ ଟର୍ମିନାଲ:୫ଟି ସଚିବଙ୍କୁ ଦାବି ପତ୍ର ଦେବାର ମାସେ ପୁରିଲା,ଫଳ ଶୁନ !

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗରୀ ଠାରେ ପ୍ରସ୍ଥାବିତ ବୃହତ ମାର୍କେଟ ଟର୍ମିନାଲ କାର୍ଯ୍ୟକାରି କରିବାକୁ ଦାବି ପତ୍ର ଦେବାର ମାସେ ପୁରି ସାରିଲାଣି।କିନ୍ତୁ ଫଳ ଶୁନ। ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ସମୟରେ ମନ୍ଦଲିଆ ପଡିଆରେ ଆୟୋଜିତ ଜନଶୁଣାନି ରେ ଅଞ୍ଚଳର ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଓ କବରାପାଲି ସରପଞ୍ଚ୍ ଅନ୍ତର୍ଯାମୀ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିବା ନିଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲକୁ ତୁରନ୍ତ କାର୍ଯ୍ୟକାରୀ କରୋବାକୁ ପଦକ୍ଷେପ ନେବାକୁ ଦାବି ପତ୍ର ୫ଟି ସଚିବଙ୍କୁ ପ୍ରଦାନ କରିଥିଲେ। ସମ୍ବଲପୁର -କଲିକତା ଜାତୀୟ ରାଜପଥର ଯୁଯୋମୁରା ବ୍ଲକ୍ କବରାପାଲି ପଞ୍ଚାୟତର ନିଲଡୁଙ୍ଗରୀ ଠାରେ ପ୍ରାୟ ୬୦ ଏକର ପରିମିତ ଜମିରେ ଏକ ବୃହତ ମାର୍କେଟ ଟର୍ମିନାଲ ପିପିପି ମୁଡରେ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେବା ସହିତ ଏହାର କାର୍ଯ୍ୟକାରୀ ପାଇଁ ବଡ ଅଂଶ ଧନ ଦେବାକୁ ସେତେବେଳେ ସ୍ୱୀକୃତି ପ୍ରଦାନ କରିଥିଲେ। ଏହି ବୃହତ ମାର୍କେଟ ଟର୍ମିନାଲ୍ ନିର୍ମାଣ ହେଲେ କୃଷି ଉତ୍ପାଦିତ ଦ୍ରବ୍ୟର ରପ୍ତାନି,ବଜାରିକରଣକୁ ସହଜ କରିବା ସହିତ ଶୀତଳ ଭଣ୍ଡାର ପ୍ରଭୃତି ସୁବିଧା ସହ ପଶ୍ଚିମ ଓଡିଶାର ୧୦ ଜିଲ୍ଲା ଏଥିରେ ଉପକୃତ ହେବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ଏପରିକି ଏହି ବୃହତ ଯୋଜନା ପାଇଁ ସେତେବେଳେ ୭୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଯିବା ପରେ ଗତ ତା.୨୮।୦୯।୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶିଳାନ୍ୟାସ କରିଥିଲେ।ଅର୍ଥାତ ଆଜିକୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ପାଇଁ ଦିନେବି ଚେଷ୍ଟା କରାଯାଇନି।
ସଂପ୍ରତି ପଶ୍ଚିମାଞ୍ଚଳରେ କୃଷି ଓ ଉଦ୍ୟାନକୁ ନେଇ ଯେଭଳି ସମସ୍ୟା ରହିଛି ଏହାର ସମାଧାନ ପାଇଁ ଏହି ପରିକଳ୍ପିତ ବୃହତ ମାର୍କେଟ୍ ଟର୍ମିନାଲ୍ ଏକ ମାତ୍ର ବିକଳ୍ପ ଓ ପଶ୍ଚିମ ଓଡିଶାର କୃଷକ ସମାଜ ପାଇଁ ଅମୂଲ୍ୟ ଦାନ ହେବ ବୋଲି ଦାବି ପତ୍ରରେ ଉଲ୍ଲେଖ ରହିଥିଲା।କିନ୍ତୁ ଏଭଳି ଜନସ୍ୱାର୍ଥ ସମ୍ବଳିତ ଦାବିପତ୍ର ଉପରେ ସରକାରଙ୍କ ଠାରୁ କୌଣସି ସୂଚନା ମିଳିନି । ଫଳରେ ଜନ ଶୁଣାଣି ନାମରେ ସରକାରଙ୍କ ଏଭଳି ପ୍ରହସନ କେବଳ ଲୋକ ଦେଖାଣିଆ।ଜଣ ଶୁଣାଣି ନାମରେ ଯେଉଁ ରାଜ୍ୟ ସରକାରଙ୍କ ଯେଉଁ ପରିମାଣରେ ରାଜସ୍ୱ ଧ୍ୱଂସ ହେଉଛି ତାହା ତୃଣମୂଳ ସ୍ତରୀୟ ଜନ ଶୁଣାଣି ବ୍ୟବସ୍ଥା ପ୍ରତି ବିପଦ ଓ ସାଧାରଣ ଉପରେ ବିଡିଓ ,ତହସିଲଦାର,ଜିଲ୍ଲାପାଳ ପ୍ରଭୃତି ଅଧିକାରୀଙ୍କ ଉପରେ ଜନସାଧାରଣଙ୍କ ଆସ୍ଥାଭାଜନର ବିପରୀତ ଲକ୍ଷଣ ପରିପ୍ରକାଶ ପାଉଛି। ଲୋକ ଦେଖାଣିଆ ଜନ ଶୁଣାଣି ଓଡିଶାର ଗର୍ବ ଓ ଗାରିମା ଉପରେ କଳଙ୍କର ଛିଟା ପକାଇ ଓଡିଆ ସ୍ୱାଭିମାନକୁ ନଷ୍ଟ କରାଯାଉଥିବା ଷଡଯନ୍ତ୍ର ଅବିଲମ୍ଭେ ବନ୍ଦ ହେବା ଆବଶ୍ୟକ ବୋଲି ଡା.ରାଜାରାମ ଷଡଙ୍ଗୀ ସରକାରଙ୍କ ଠାରେ ଦାବି ଉଠାଇଛନ୍ତି।