Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରିବେଶ ସୁରକ୍ଷା ପାଇଁ ନିଆରା ରକ୍ଷାବନ୍ଧନ।

ସମ୍ବଲପୁର-୨୯/୦୮ ହିନ୍ଦୁ ସଂପ୍ରଦାୟ ରେ ଅନ୍ୟତମ ପ୍ରମୁଖ ପବିତ୍ର ପର୍ବ ହେଉଛି ରକ୍ଷାବନ୍ଧନ । ଏହି ରକ୍ଷାବନ୍ଧନ କଥା ଶୁଣିଲେ ସମସ୍ତେ ଏହା ଭାଇ ଭ ଉଣୀର ପବିତ୍ର ସଂପକ ର ମହାପର୍ବ ବୋଳି ବୁଝିଥାନ୍ତି । ତେବେ ଆମେ ଆପଣଙ୍କୁ ସମ୍ବଲପୁର ର ନିଆରା ରକ୍ଷାବନ୍ଧନ ନେଇ କହୁଛୁ ଯେଉଁଠି ବୃକ୍ଷକୁ ରାକ୍ଷି ବାନ୍ଧି ତାକୁ ସୁରକ୍ଷା ଦେବାନେଇ ସଂଙ୍କଳ୍ପ ନେଇ ଆୟୋଜନ ହୋଇଥାଏ ନିଆରା ରକ୍ଷାବନ୍ଧନ ।
ସମ୍ବଲପୁର ବୁଡାରଜା ପାହାଡ ଠାରେ ହେଉଥିବା ଏହି ନିଆରା ରକ୍ଷାବନ୍ଧନ ରେ ଘଣ୍ଟ ଶଙ୍ଖ , ହୁଲହୁଲି ମଧ୍ୟରେ ସମ୍ବଲପୁର ସହରରେ ବିଭିନ୍ନ ଅଞ୍ଚଳ ରୁ ବହୁ ପରିବେଶ ପ୍ରେମି ଓ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଓ ବୁଢ଼ାରଜା ବନ ସଂରକ୍ଷଣ ସମିତି ର ସବୁ ସଭ୍ୟ ଏକାସାଥିରେ ଏହି ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥାନ୍ତି । ପ୍ରତିବର୍ଷ ପରିବେଶ ସୁରକ୍ଷା ସହ ବୄକ୍ଷ ଙ୍କୁ ସୁରକ୍ଷା ବାର୍ତ୍ତା ର ମହତ ସନ୍ଦେଶ ଦେବା ପାଇଁ ରକ୍ଷାବନ୍ଧନ ର ଠିକ ପୁର୍ବଦିନ ପାଲନ ହୋଇ ଆସୁଛି ନିଆରା ରକ୍ଷାବନ୍ଧନ କାର୍ଯ୍ୟକ୍ରମ । ସମ୍ବଲପୁର ର ବୁଡାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଆଜକୁ ୨୩ ବର୍ଷ ହେବ ବୃକ୍ଷ ସହ ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରାଯାଇ ପରିବେଶ ସୁରକ୍ଷା ସହ ବୁଡାରଜା ପାହାଡ ରେ ବୃକ୍ଷ କୁ ସୁରକ୍ଷା ଦେବା ପାଇଁ ସଂଙ୍କଳ୍ପ ନେଇଥାନ୍ତି ବୁଡାରଜା ବନ ସଂରକ୍ଷଣ ସମିତ ର ସଵୁ ସଭ୍ୟ ସଭ୍ୟା । ଯେପରି ଭଉଣୀ ଟିଏ ନିଜ ଭାଇର ଦିର୍ଘାୟୁ କାମନା କରି ନିଷ୍ଠା ସହକାରେ ତାର ହାତରେ ରାକ୍ଷୀ ଟିଏ ବାନ୍ଧି ଥାଏ ସେପରି ଭାବରେ ବନ ସଂରକ୍ଷଣ ସମିତିର ସଭ୍ୟ ମାନେ ବୃକ୍ଷ କୁ ପୁଜା କରି ତାକୁ ରାକ୍ଷୀ ବାନ୍ଧି ତାକୁ ସୁରକ୍ଷା ଦେବା ପାଇଁ ସପଥ ନେଇଥାନ୍ତି । ସମ୍ବଲପୁର ବୁଡାରଜା ପାହାଡ ଠାରେ ଏହି ନିଆରା ରକ୍ଷାବନ୍ଧନ ଅଭିଯାନ ପାଇଁ ଆଜି ଯାଏ ସାରା ପାହାଡ ଟି ସବୁଜିମା ରେ ପରିଣତ ହୋଇପାରିଛି । ଏହି ପରିବେଶ ସୁରକ୍ଷା ସଚେତନତା ସୄଷ୍ଠି ପାଇଁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ର ନିଆରା ପ୍ରୟାସ ରେ ସହରର ବହୁ ପରିବେଶବିତ , ବୁଦ୍ଧିଜୀବୀ , ବନବିଭାଗ ର ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରୀ ମାନେ ମଧ୍ୟ ସାମିଲ ହୋଇଥାନ୍ତି । ବିଗତ ୨୩ ବର୍ଷ ଧରି ବୄକ୍ଷ ମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏଭଲି ନିଆରା ପଦକ୍ଷେପ କୁ ସହରବାସୀ ବେଶ ପ୍ରଂଶସା ମଧ୍ଯ କରିଛନ୍ତି । ସମ୍ବଲପୁର ବୁଡାରଜା ବନ ସଂରକ୍ଷଣ ସମିତି ର ନିଆରା ରକ୍ଷାବନ୍ଧନ ମାଧ୍ୟମରେ ପରିବେଶ ସୁରକ୍ଷା ସହ ବୄକ୍ଷ ମାନଙ୍କୁ ସୁରକ୍ଷା ଦେବା ବାର୍ତ୍ତା ସମାଜ ପାଖରେ ପହଞ୍ଚିବାରେ ଏହା ବେସ ସହାୟକ ହେଉଛି ।