Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଲଟନ ମସଜିଦ୍ କମ୍ୟୁନିଟି ସେଣ୍ଟର ଓ ମାର୍କେଟ କମ୍ପ୍କେକ୍ସ ଲୋକାର୍ପିତ

ସମ୍ବଲପୁର: ବିଗତ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର ଭିଏସଏସ ମାର୍ଗରେ ସ୍ଥିତ ପଲଟନ ମସଜିଦର ପୁନଃ ବିକାଶ ସହିତ କମ୍ୟୁନିଟି କେନ୍ଦ୍ର ଓ ଏକ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ସକାଶେ ୧ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟ ସମ୍ପନ୍ନ ହେବା ପରେ ଶୁକ୍ରବାର ଅପରାହ୍ନରେ ପେନସନପଡ଼ା ସ୍ଥିତ ପଲଟନ ମସଜିଦର ଏହି କମ୍ୟୁନିଟି କେନ୍ଦ୍ର ଓ ମାର୍କେଟ କମ୍ପେ୍ଲକ୍ସକୁ ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦଭୂଷଣ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ବରିଷ୍ଠ ବିଜେଡି ନେତାପୂର୍ବତନ ଏସ ଡି ଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଜିଲା ବିଜେଡି ସଭାପତି , ରାଜ୍ୟ ବିଜେଡ଼ି ମୁଖପାତ୍ର ତଥା ଓଡିଶା ସରକାରଙ୍କ କାଳିଆ ଓ କୃଷି କୃଷକ ସଶକ୍ତି କରଣ ବିଭାଗର ଉପଦେଷ୍ଟା ସଞ୍ଜୟ ବାବୁ, ସରକାରଙ୍କ କେନ୍ଦୁପତ୍ର ଉପଦେଷ୍ଟା ସଞ୍ଜିତ ମହାନ୍ତି, ପପି ସିଂହ, ମହମ୍ମଦ ଇବ୍ରାହିମ, ମହମ୍ମଦ ମକବୁଲ, ମହମ୍ମଦ ନୱାବ, ମହମ୍ମଦ ସୁବାନ, ଏମ. ଲାକ୍ରା, ଆତିଫ ଆଲମ, ମହମ୍ମଦ ଉସମାନ ଙ୍କ ସମେତ ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ