Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଅଙ୍ଗନୱାଡି କର୍ମି ଓ ସହାୟିକାଙ୍କ ଗର୍ଜନ

ସମ୍ବଲପୁର:ଅଙ୍ଗନବାଡି କର୍ମୀଙ୍କୁ ବଞ୍ଚିବା ଭଲି ଦରମା ଦେବା,ପେନସନ୍ ବ୍ୟବସ୍ଥା, ସାମାଜିକ ନିରାପତ୍ତା, ଏସ୍. ଏନ୍. ପି ଦର ବୃଦ୍ଧି କରିବା, ଗାଆଁ କଲ୍ଯାଣ ସମିତିରୁ ବାଦ ଦେବା ପ୍ରଭୃତି ଦାବି ପୂରଣ ସକାଶେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଅଙ୍ଗନବାଡି କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଥିଲେ l ଜିଲ୍ଲା ସମ୍ପାଦିକା ପ୍ରମିଳା ସିଂହ, ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢୀ,କାର୍ଯ୍ୟକାରୀ ସଭାନେତ୍ରୀ ସଂଘମିତ୍ରା ପଟ୍ଟନାୟକଙ୍କ ନେତୃତ୍ଵରେ ସ୍ଥାନୀୟ ନାରୀ ସେବା ସଦନରୁ ଏକ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବଜାର ଦର ଅନୁସାରେ ଅଣ୍ଡା ଦର ଦିଆଯାଉ, ୬ ସେବା ଛାଡି ଅନ୍ୟ କାମ ଦିଆ ନଯିବା ସହ ବି ଏଲ୍ ଓ କାମ , ପଦୋନ୍ନତି ରେ ସମସ୍ତ ଦିଗକୁ ଅଗ୍ରାଧିକାର ଦେବାକୁ ଦାବି ଉଠିଛି।,ଉନ୍ନତ ମାନର ମୋବାଇଲ ଦେବା, କର୍ମୀଙ୍କ ଖାତାକୁ ଦରମା କିମ୍ବା ଆନୁସଙ୍ଗିକ ଅର୍ଥ ସିଧାସଳଖ ପଠାଯିବା ପ୍ରଭୁତି ସମସ୍ୟା ସମାଧାନ ସକାଶେ ମଧ୍ଯ ଉପସ୍ଥାପନ କରାଯାଇଛି l ସମସ୍ୟା ସମାଧାନ କରା ନଗଲେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତ୍ତା ଆଜି ରୋକଠୋକ ଶୁଣାଇଛନ୍ତିl କନକ ପ୍ରଧାନ, ରୀତା ରାଣୀ ପତି, ସୌଦାମିନୀ ପାଣ୍ଡେ, ମଞ୍ଜୁଲତା ମାଝୀ, ଫଣୀ ରାଉଳ, ମମତା ରାଣୀ ପ୍ରଧାନ, ଅନିତା ନାୟକ ,ଶୁଭ୍ରା ମିଶ୍ର, ତୁଳସୀ ଭୋଇ, ସାବିତ୍ରୀ ପୁରୋହିତ, ରଞ୍ଜିତା କେର କଟା, ସୁଵାସିନୀ ମାଝୀ, ହେମ ବେହେରା, ପୂର୍ଣିମା ସୁରିନ , ଗୋପେଶ୍ଵର ଓରାମ୍ ,ମଞ୍ଜୁ ଧଳ ସମେତ ଜିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ କର୍ମୀ ଏଥିରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।