ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଦେବଗଡ଼ ଠାରେ ମହାସମାରୋହରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସୌଭାଗ୍ୟ କୁମାର ନାଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପ୍ରଧାନ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶୈଳବାଳା ଦାଶ ଉପସ୍ଥିତ ରହି ଗୁରୁଙ୍କ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରଞ୍ଜନ କୁମାର ବିଶ୍ଵାଳ ଅତିଥି ପରିଚୟ ପ୍ରଦାନ କରିଥିଲେ I ଶିଶୁ ଭାଇଭଉଣୀ ମାନେ ଅଭିନୟ ମାଧ୍ୟମରେ ଗୁରୁ ଶିଷ୍ୟ ସମ୍ପର୍କର ଅବତାରଣା କରିଥିଲେ। ଶେଷରେ ଗୁରୁ ପୂଜନ କାର୍ଯ୍ୟକ୍ରମ ହୋଇଥିଲା। ଶର୍ମିଲା ରାଣୀ କର ଗୁରୁମାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଝୁନା ଦାଶ ଗୁରୁମା । ବିଦ୍ୟାଳୟର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁଦିବସ ପାଳିତ ହୋଇଯାଇଛି
