Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧା ମୃତ

ଦେବଗଡ଼:ବିଦ୍ୟୁତ ସଂସ୍ପର୍ଶରେ ଆସି ଆଜି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣକ ହେଲେ ଦେବଗଡ ଥାନାଚଂଳର ଟାଇଁସର ଗ୍ରାମର ଧନସିଂ ଭୋଇଙ୍କ ତ୍ସୀ ଚିନି ଭୋଇ(୬୨) । ମିଳିଥିବା ସୂଚନା ଅନୁଯାୟୀ, ଆଜି ଦ୍ବିପହର ସମୟରେ ଚିନି ଗ‌ାଧେଇ ସାରି ଘରକୁ ଆସି ଲାଇଟ ଜାଳିବା ପାଇଁ ସୁଇଜ ଦେବା ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ତାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧା‌ର କରି ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଦେବଗଡ ଥାନା ପୁଲିସ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ