Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶୁଦ୍ଧ ଜଳ ପାଇଁ ବିଜେପି ଜନସ୍ୱାସ୍ଥ୍ୟ ବିଭାଗର ଦ୍ୱାରସ୍ଥ

ସମ୍ବଲପୁର:ସରକାର ଘରକୁଘର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ର ସ୍ବପ୍ନ ସାକାର ହେବାର କଥା କହୁଥିବା ବେଳେ, ସମ୍ବଲପୁରବାସୀ ଆଜିଯାଏ ବିଶୁଦ୍ଧ ଜଳ ପାଇବାର ଦୂରରେ କଥା ଭଲ ଭାବରେ ନିରନ୍ତର ପାଣି ମୁନ୍ଦାଏ ପାଇପାରୁନାହାନ୍ତି ବୋଲି ଅଭିଯୋଗ କରିଛି ସମ୍ବଲପୁର ବି.ଜେ.ପି. l ସମ୍ବଲପୁରର ବିଭିନ୍ନ ଜନସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା କୁ ନେଇ ଆଜି ବି.ଜେ.ପି. ର ଏକ ପ୍ରତିନିଧି ଦଳ ନିର୍ବାହୀ ଯନ୍ତ୍ରୀ ତଥା ୱାଟକୋ ର ମହାପ୍ରବନ୍ଧକ ଇ. ବ୍ରହ୍ମହେଁଶ୍ୱର ଦାସ କୁ ଭେଟି ସମସ୍ୟା ର ସମାଧାନ ଉଦ୍ୟେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।
ବି.ଜେ.ପି. ର ପ୍ରତିନିଧି ଦଳ ପ୍ରଶ୍ନ କରିଛନ୍ତି ଯେ, ୨୦୧୪ ମସିହା ରେ ସମ୍ବଲପୁର ରେ ଜଣ୍ଡିସ ରୋଗ ବ୍ୟାପିଥିବା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୧୦ କୋଟି ଟଙ୍କାର ପ୍ୟାକେଚ ଘୋଷଣା କରିଥିଲେ, ହେଲେ କାହିଁକି ଆଜି ମଧ୍ୟ ସହର ର ବିଭିନ୍ନ ବସ୍ତି କୁ ପାଇପ ବିଛା ହୋଇନାହିଁ କି ଜଳ ଯୋଗାଣ ହୋଇପାରିନାହିଁ l
ବାରମ୍ବାର ଦାବୀ ସତ୍ୱେ କାହିଁକି ବାଲିବନ୍ଧା ସ୍ଥିତ ପୁରାତନ ପମ୍ପ ହାଉସ କୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଉ ନାହିଁ l ସେମାନେ ଦାବୀ ଜଣାଇଛନ୍ତି ଯେ, ଏହି ପମ୍ପ ହାଉସ କୁ ତୁରନ୍ତ ବନ୍ଦ କରାଯାଉ ଓ ରିଙ୍ଗ ରୋଡ଼ କୁ ବାଧକ ସାଜୁଥିବା ଅଂଶ କୁ ଉଚ୍ଛେଦ କରାଯାଉ l
ସହରବାସୀ ଙ୍କର ହିତ ଦୃଷ୍ଟି ରୁ ନିର୍ମିତ ୪୦ ଗୋଟି ପାଣି ଟାୱାର କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ସହ ଆଉ ଏକ ବୃହତ ଜଳ ବିଶୋଧନାଗାର ର ନିର୍ମାଣ କରାଯାଉ l
ସମ୍ବଲପୁର ସହରରେ ବିଭିନ୍ନ ସମୟରେ ପାଇପ ଫାଟିବା,ଦୁର୍ଗନ୍ଧ ପାଣି ମିଶିଯିବା, ଗୋଳିଆ ପାଣି ଆସିବାର ସମସ୍ୟା ନିୟମିତ ରହୁଛି, ତେଣୁ ଏହି ସବୁ ସମସ୍ୟା କୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ହିତ ଦୃଷ୍ଟିରୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅଭିଯୋଗ ୱାଟସପ ନମ୍ବର ପ୍ରଚଳନ କରିବାକୁ ମଧ୍ୟ୍ୟ ଏହି ବି.ଜେ.ପି. ପ୍ରତିନିଧି ଦଳ ଦାବୀ ଜଣାଇଛନ୍ତି l
ଏହି ବି.ଜେ.ପି. ପ୍ରତିନିଧି ଦଳ ରେ ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟା ଆରତିଲତା ବରାଡ଼, ବିଜେପି ଯୁବମୋର୍ଚ୍ଚା ର ପୂର୍ବତନ ଉପସଭାପତି ଦେଓକିରଣ ପଟ୍ଟନାୟକ, ଡାକ୍ତର ପ୍ରଭାସ ଦେବତା, ପୂର୍ବତନ ଜିଲ୍ଲା ଓ.ବି.ସି. ମୋର୍ଚ୍ଚା ସଭାପତି ସରୋଜ ସାହୁ, ସୁବାସ ପଟେଲ ଓ ସୁଧୀର ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ l
ଆଲୋଚନା ପରେ ନିର୍ବାହୀ ଯନ୍ତ୍ରୀ ଇ. ବ୍ରହ୍ମେଶ୍ୱର ଦାସ ଅନେକ ସମସ୍ୟାର ସମାଧାନ ଦିଗରେ ଆମର କାର୍ଯ୍ୟ ଚାଲିଛି ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱର ସହ କାର୍ଯ୍ୟ କରାଯିବ ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ