ସ୍ୱଦେଶୀ ଜାଗରଣ ମଞ୍ଚର ସ୍ବାବଲମ୍ବୀ ଭାରତ ଅଭିଯାନକୁ ନେଇ ବୁଦ୍ଧିଜୀବୀ ସମାବେଶ

ସମ୍ବଲପୁର ତା.୬/୯ – ଦେଶ କୁ ଆର୍ଥିକ ରୂପରେ ସମୃଦ୍ଧ କରିବା ଓ ବିକାଶଶୀଳ ଭରତକୁ ବିକଶିତ ଭରତ ଭାବରେ ଗଢି ତୋଳିବା ପାଇଁ ସମଗ୍ର ଦେଶରେ ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ସ୍ବାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି । ଚାକିରି କୁ କେବଳ ଏକମାତ୍ର ରୋଜଗାର ର ମାଧ୍ୟମ ବା ଉପାୟ ନ ଭାବି ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବାକୁ ଦେଶବାସୀ ଙ୍କୁ ଜାଗ୍ରତ କରିବା ହେଉଛି ଏହି ଅଭିଯାନ ର ମୂଳ ଲକ୍ଷ । ନିଜେ ରୋଜଗାର କରିବା ସହିତ ଅନ୍ୟ ମାନଙ୍କୁ ରୋଜଗା ଦେବା ହେଉଛି ଅଭିଯାନ ର ମୂଳ ଆଧାର । “Be a Job Provider, Not a Job Seeker” ର ମୂଳମତ୍ର କୁ ଚରିତାର୍ଥ କରିବା ଦିଗରେ ଯୁବ ସମାଜ କୁ ଆଗେଇ ନେବା ପାଇଁ ବିଭିନ୍ନ ସ୍ଥାନରେ ବିବିଧ ସମାବେଶ ମାନ ଅନୁଷ୍ଠିତ କରାଯାଉଛି।
ଏହି ମର୍ମ ରେ ସ୍ୱଦେଶୀ ଜାଗରଣ ମଞ୍ଚ ପଶ୍ଚିମ ପ୍ରାନ୍ତ ପକ୍ଷରୁ ଆଜି ସ୍ଥାନୀୟ କୁଞ୍ଜେଲପଡ଼ା ସ୍ଥିତ ସଂସ୍କୃତି ଭବନ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ବାବଲମ୍ବୀ ଭାରତ ଅଭିଯାନ ର ରାଷ୍ଟ୍ରୀୟ ପ୍ରମୁଖ ତଥା ସ୍ବଦେଶୀ ଜାଗରଣ ମଞ୍ଚ ର ଅଖିଳ ଭାରତୀୟ ସହ ସଂଗଠକ ଶ୍ରୀ ସତିଶ କୁମାର ଜୀ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶ୍ରେତାଗଣ ଙ୍କୁ ଉଦବୋଧନ ଦେଇଥିଲେ । ସେ ତାଙ୍କର ବକ୍ତବ୍ୟ ରେ କହିଥିଲେ ଯେ ଭାରତ ହେଉଛି ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳ ରେ ପରିପୂର୍ଣ୍ଣ ଦେଶ । ଶହ ଶହ ବର୍ଷ ଧରି ମୁଗଲ ଓ ଇଂରେଜ ଭାରତକୁ ଲୁଣ୍ଠନ କଲା ପରେ ମଧ୍ୟ ଆଜି ଭାରତ ପ୍ରଚୂର୍ଯ୍ୟ ରେ ପରିପୂର୍ଣ୍ଣ ରହିଛି । ଭାରତ ବିଶ୍ୱଗୁରୁ ଥିଲା, କିନ୍ତୁ ବିଦେଶୀ ଆକ୍ରମଣକାରୀ ମାନେ ଆମକୁ ଆର୍ଥିକ ରୂପରେ ଶୋଷିତ ଲୁଣ୍ଠିତ କରିବା ସଙ୍ଗେ ସଙ୍ଗେ ଆମର ସାମାଜିକ, ସାଂସ୍କୃତିକ, ଶୈଖିକ ଓ ବୈଚାରିକ ବ୍ୟବସ୍ଥା କୁ ମଧ୍ୟ ଧ୍ବସ୍ତ କରିଦେଇଥିଲେ । ହେଲେ, ବର୍ତ୍ତମାନ ସମୟ ବଦଳିଛି । ଖୁବ୍ ଶୀଘ୍ର ଆମ ଦେଶ ଭାରତ ବିଶ୍ଵଗୁରୁ ହେବା ଦିଗରେ କାର୍ଯ୍ୟରତ ଓ ପ୍ରୟାସରତ ରହିଛି । ବର୍ତ୍ତମାନ ଆମ ଦେଶ ର ଆର୍ଥିକ ବ୍ୟବସ୍ଥା ବିଶ୍ଵରେ ସର୍ବାଧିକ ଦୃତଗତି ରେ ଦୌଡ଼ୁଥିବା ଅର୍ଥନୀତି ହୋଇସାରିଛି । ଆମ ଦେଶ ରେ ଯୁବ ବର୍ଗ ଆମ ଦେଶ ର ମଜଭୁତ ମେରୁଦଣ୍ଡ ସାଜିଛି । ଦେଶ ର ଯୁବ ବର୍ଗ ଯଦି ରୋଜଗାର ପାଇଁ ଚାକିରୀ ଉପରେ ନିର୍ଭରଶୀଳ ନ ଏହି ନିଜେ ଆତ୍ମନିର୍ଭରୀଳ ଓ ସ୍ବାବଲମ୍ବୀ ହୋଇ ପାରିବେ ଓ ସ୍ବଦେଶୀ ଅଭିଯାନ କୁ ସଫଳ କରିବେ ତାହେଲେ ଆଗାମୀ ଦଶକ୍ ରେ ଭାରତ ବିଶ୍ୱର ପ୍ରଥମ ପ୍ରଭାବଶାଳୀ ଦେଶ ରେ ଉତ୍ତୀର୍ଣ୍ଣ ହୋଇପାରିବ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ସଭାପତି ଡ଼ା.ରାଜକୁମାର ବଡ଼ପଣ୍ଡା ମୁଖ୍ୟ ଅତିଥିଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡ. ଅର୍କ କେଶରୀ ଦାସ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।
ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ରେ ସ୍ବଦେଶୀ ଜାଗରଣ ମଞ୍ଚ ର ପ୍ରାନ୍ତ ପ୍ରଚାର ପ୍ରମୁଖ ଦିଲୀପ କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ମଞ୍ଚ ର ସମ୍ବଲପୁର ଜିଲ୍ଲା ସହ ସଂଯୋଜିକା ସଂଯୁକ୍ତା ତ୍ରୀପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚର ପ୍ରାନ୍ତ ସଂଯୋଜକ ପ୍ରଭାସ ପାଣିଗ୍ରାହୀ କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରାରମ୍ଭିକ ସୂଚନା କରିଥିଲେ ଓ ଶେଷରେ ମଞ୍ଚର ଜିଲ୍ଲା ସଂଯୋଜକ ଡା. ପ୍ରଭାସ ଦେବତା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ବୁଦ୍ଧିଜୀବୀ ସମାବେଶ କାର୍ଯ୍ୟକ୍ରମରେ ସମ୍ବଲପୁର ର ବିଭିନ୍ନ ବର୍ଗ ର ଲୋକ ସାମିଲ୍ ହୋଇଥିଲେ ।