Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଯୋଡୋ ’ ଯାତ୍ରାର ଏକବର୍ଷ ର୍ପୂୀ ଅବସରରେ କଂଗ୍ରେସର ପଦଯାତ୍ରା

ଦେବଗଡ଼: ଅଖିଳ ଭାରତୀୟ କଂଗ୍ରେସ କମିଟୀ ଆନୁକୂଲ୍ୟରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ‘ଭାରତ ଯୋଡୋ ’ ଯାତ୍ରାର ଏକବର୍ଷ ର୍ପୂୀ ଅବସରରେ ଜିଲା କଂଗ୍ରେସ କମିଟୀ ପକ୍ଷରୁ ଦେବଗଡ ପୌରାଂଚଳରେ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଜି ସଂଧ୍ୟାରେ ଜିଲା କଂଗ୍ରେସ କମିଟୀ ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ଜିଲା କଂଗ୍ରେସ ଉପ ସଭାପତି ସୁବାସ ଚନ୍ଦ୍ର ଭୋଇ, ଜିଲା କଂଗ୍ରେସ ଏସ୍ ସି ସେଲ ସଭାପତି ମଞ୍ଜୁଳ କୁମାର ନାଏକ, ଜିଲା ଯୁବ କଂଗ୍ରେସ ସବାପତି ସଲମନ ହେନେଜ, ଜିଲା ଛାତ୍ର କଂଗ୍ରେସ ସଭାପତି ଆନନ୍ଦ କୁଲା, ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ, ପୂର୍ବତନ ଉପ ନଗରପାଳ ବସନ୍ତ କୁମାର ମିଶ୍ର , ରିଆମାଳ ବ୍ଲକର ପୂର୍ଭତନ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ସ୍ୱାଇଁ, ରେବତୀ ମୋହନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ପ୍ରବଳ ବର୍ଷା ସତ୍ୱେ ସ୍ଥାନୀୟ ଗୋପାଳଜୀ ମନ୍ଦିରରୁ ବିଭୀନ୍ନ ସ୍ଲୋଗାନ ସହିତ ଏକ ପଦଯାତ୍ରାରେ ବାହାରି ଗୋପବନ୍ଧୁ ଛକରେ ପହଂଚିଥିଲେ । ସେଠାରେ ଆୟୋଜିତ ଏକ ସଭାରେ ଉପରୋକ୍ତ ନେତା ଓ କର୍ମୀ ମାନେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ପରେ ଢୋଲ ଓ ମାଦଳର ତାଳେ ତାଳେ ପଦଯାତ୍ରାରେ ରଜାମୁଣ୍ଡା ପର୍ଯ୍ୟନ୍ତ ଯାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସମ୍ପାଦିକା ତଥା କଂଗ୍ରେସର ଦେବଗଡ ଜିଲା ପର୍ଯ୍ୟବେକ୍ଷିକା ରୂପାଦୀପ୍ତା ମହାପାତ୍ର ଉପସ୍ଥିତ ଥିଲେ ।