ଦେବଗଡ଼ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଓଡ଼ିଶା ତରଫରୁ ଦେବଗଡ଼ ସହର Centre for Culture Centre ଠାରେ ରାଜ୍ୟ ସ୍ତରୀୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସାଧନା ଶିବିର ଅନୁଷ୍ଠିତ ହୋଇଅଛି। ରାଜ୍ୟ ସଭାପତି ଡ଼.ସତ୍ୟ ସ୍ବରୂପ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ଭୋର ସକାଳ ପାଞ୍ଚ ଠାରୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାଇ ଭକ୍ତ ଦେବଗଡ଼ ସତ୍ୟ ସାଇ ମନ୍ଦିରରୁ ଓଁ କାର ସୁପ୍ରଭାତମ ଓ ନଗର ସଙ୍କୀର୍ତ୍ତନ କରିଥିଲେ । ସାଧନା ଶିବିର ରେ ସତ୍ୟ ସାଇ ସଂଗଠନ ଓଡ଼ିଶା ର ରାଜ୍ୟ ଯୁବ ସଂଯୋଜକ ,ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂଯୋଜକ ,କେନ୍ଦୁଝର ୧ମ ଜିଲ୍ଲା ସଭାପତି,ଦେବଗଡ଼ ଜିଲ୍ଲା ସଭାପତି,ଜିଲ୍ଲା ସ୍ତରୀୟ କର୍ମ କର୍ତ୍ତା ,ସମିତି ଆବାହକ ଓ ଭକ୍ତମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ୧୨୦ ଜଣ ଭାଇ ଭଉଣୀ ଯୋଗଦାନ କରିଥିଲେ। ଉକ୍ତ ସାଧନା ଶିବିରରେ ମୁଖ୍ୟତଃ ସଂଗଠନ ର ବିଭିନ୍ନ କାର୍ଯ୍ୟକ୍ରମର online reporting ,Premtaru upload ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା ।ଏଥି ସହିତ ରାଜ୍ୟ ସଭାପତି ଙ୍କ ଦ୍ଵାରା ମା କନକ ଦୁର୍ଗା ମନ୍ଦିର ପରିସରରେ ଦୁଇଟି ପ୍ରେମତରୁ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଭଗବାନଙ୍କୁ ମଙ୍ଗଳ ଆରତି ପ୍ରଦାନ କରା ଯାଇ କାର୍ଯ୍ୟକ୍ରମ ର ସମାପନ କରl ଯାଇଥିଲା ।
ରାଜ୍ୟ ସ୍ତରୀୟ ସାଧନା ଶିବିର
