Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ପାଇଁ କଳାକାର ଚୟନ

ଜମନକିରା : ଜମନକିରା ବ୍ଲକ ପ୍ରଶାସନ ପକ୍ଷରୁ ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ପାଇଁ କଳାକାର ଚୟନ କରାଯାଇଛି। ଏଥିରେ ଦଣ୍ଡ, ପାଲା, ଦାସକାଠିଆ ଏବଂ ଘୋଡ଼ା ନାଚ ଆଦି ୪ଟି ବର୍ଗର କଳାକାର ମାନଙ୍କୁ ସାମିଲ ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ଏହି ବ୍ଲକରେ ଘୋଡ଼ାନାଚ କଳାକାର ନଥିବା ଜଣାଯାଇଛି। ତେବେ ୩ ଟି ବର୍ଗର କଳାକାରଙ୍କୁ ନେଇ ଚୟନ କରାଯାଇଛି। ଏଥିରେ ଦଣ୍ଡ ନାଚ ୨, ପାଲା ୯ ଏବଂ ଦାସକାଠିଆ ୧ ଟି ଦଳ ସାମିଲ ହୋଇଥିଲେ। ମୋଟ ୧୨ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ସମସ୍ତ ଦଳ ମନୋନୀତ ହୋଇଛନ୍ତି। ଚୟନ କର୍ତ୍ତା ଭାବେ ବ୍ଲକ କଳା ସଂସ୍କୃତି ସଂଘ ଉପ ସଭାପତି ଉମାକାନ୍ତ ଅର୍କ, ଜିଲ୍ଲା ପ୍ରଶିକ୍ଷଣ ପ୍ରାପ୍ତ କଳାକାର ସଭ୍ୟ ଜଗଦୀଶ ପ୍ରଧାନ, ଧରଣୀଧର ସାହୁ, ଏବିଡିଓ ରବୀନ୍ଦ୍ର ରଣା ଏବଂ ଆକାଉଣ୍ଟ ଅଫିସର ଋଷଭ ମାଝୀ ପ୍ରମୁଖ ଚୟନ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଓ ସଶକ୍ତି କରଣ ଅଧିକାରୀ ରଞ୍ଜିତ କୁମାର ସାହୁ ପରିଚାଳନା କରିଥିବା ବେଳେ କିରାଣୀ ଅଜିତ ସାହୁ, ସ୍ମରଣିକା ଦାନୀ ଏବଂ ମିଶନ ଶକ୍ତି ମୁଖ୍ୟ ନିର୍ବାହୀ ଅଧିକାରୀ ସଂଯୁକ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ।