Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆୟୁଷ୍ମାନଭବ କାର୍ଯ୍ୟକ୍ରମ ଉଦଘାଟିତ ଏବଂ ତମ୍ବାଖୁ ନିବାରଣ ବୈଠକ

ଜମନକିରା : ଜମନକିରା ବ୍ଲକ ସମ୍ମିଳନୀ କକ୍ଷରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଭର୍ଚୁଆଲ ମାଧ୍ୟମରେ ବ୍ଲକ ସ୍ତରୀୟ ଆୟୁଷ୍ମାନଭବ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜମନକିରା ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜମନକିରା ବିଡ଼ିଓ ପ୍ରସନ୍ନ ପଟେଲ, ବ୍ଲକ ଉପାଧକ୍ଷ ରୋହିତ ଭୋଇ, ମେଡିକାଲ ଅଫିସର ଡାକ୍ତର ଶରତ ଚନ୍ଦ୍ର ଦେହୁରି, ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ଦିବ୍ୟରଞ୍ଜନ ବେହେରା, ଫାଶୀମାଲ ବିପିଏମ ଜିତେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଆୟୁଷ୍ମାନଭବ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ରୁ ଅକଟୋବର ୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଜମନକିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ, ସୁସ୍ଥ ଗାଁ ସୁସ୍ଥ ଭାରତ କାର୍ଯ୍ୟକ୍ରମ କରାଯିବା ନେଇ ବୈଠକରେ ସୂଚନା ଦିଆଯାଇଥିଲା। ଏଥିରେ ବହୁସଂଖ୍ୟାରେ ବ୍ଲକ ଅଧିକାରୀଙ୍କ ସହ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଉଦଘାଟନ କାର୍ଯ୍ୟକ୍ରମ ପରେ ସମିତି ସଭା ଗୃହରେ ତମ୍ବାଖୁ ନିବାରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜମନକିରା ବ୍ଲକ ଅନ୍ତର ଗତ ୨୧ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ସଭ୍ୟ ମାନେ ଉପସ୍ଥିତ ଥିଲେ। ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ପ୍ରୋଗ୍ରାମ ଅଧିକାରୀ ଡ. ଅଶୋକ ଦାସ ପରିଚାଳନା କରି ତମ୍ବାଖୁ ଦ୍ୱାରା ସ୍ୱାସ୍ଥ୍ୟରେ କଣ କଣ ରୋଗ ଦେଖା ଦିଏ ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।