Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷଣ୍ଢପଥର ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମ ଅଂଶୀଦାର ବୈଠକ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ସରକାରୀ ସେବାଶ୍ରମ ବିଦ୍ୟାଳୟରେ ଆଜି ବୁଧବାର ପାରେଣ୍ଟ ଏଜଏ ପାର୍ଟନର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ତିର୍ଥରାଜ ପଟେଲ ଅଧ୍ୟକ୍ଷତା ଏବଂ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ଭାବେ ମନୋଜ କୁମାର ନାୟକ ଯୋଗଦେଇ ମାତାପିତା ମାନେ କିପରି ନିଜର ପିଲାଙ୍କର ଭଲ ମନ୍ଦ ବିଷୟରେ ଅଧିକ ଜାଣି ପାରିବେ। ଅସୁବିଧାକୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଯୋଗ ସ୍ଥାପନ କରି ଦୂର କରି ପାରିବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ବଡରମା ସରପଞ୍ଚ ବିଜୟ କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥୀ ପଟେଲ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାସ ସାହୁ, ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଏବଂ ଗୋଷ୍ଟି ମଙ୍ଗଳ ଅଧିକାରୀ ପ୍ରମୁଖ ମଞ୍ଚାଷିନ ହୋଇ ବୈଠକର ଆବଶ୍ୟକତା ଓ ଉପକାରିତା ଉପରେ ଅଭିଭାବକ ଅଭିଭାବିକା ମାନଙ୍କୁ ଅଭିଭାଷଣ ମାଧ୍ୟମରେ ବୁଝାଇଥିଲେ। ବୈଠକ ପୂର୍ବରୁ ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ସଭା ପୂର୍ବରୁ ଦୀପ ପ୍ରଜ୍ବଳନ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପଟେଲ ବାର୍ଷିକ ବିବରଣୀ ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୁକ୍ମଣ ପ୍ରଧାନ, ଶ୍ୟାମ ସୁନ୍ଦର ଭୋଇ, ଉର୍ଗିଲା ସିଂ ମହାପାତ୍ର, ଜ୍ୟୋତି କିସାନ, ଦମୟନ୍ତୀ ପ୍ରଧାନ, ତପନ ଖୁଣ୍ଟିଆ ପ୍ରମୁଖ ସହପରିଚାଳନା କରିଥିଲେ। ଶେଷରେ ସହକାରୀ ଶିକ୍ଷକ କାହ୍ନୁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମାଟ୍ରନ, ଅଭିଭାବକ, ଅଭିଭାବକା, ଛାତ୍ରୀ, ଛାତ୍ର ଏବଂ ଚତୁର୍ଥ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ।