Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ରବିନାରାୟଣ ପଣ୍ଡାଙ୍କ ପରଲୋକ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ତେନ୍ତଳାବାହାଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ପାଲା ଗାୟକ ରବିନାରାୟଣ ପଣ୍ଡାଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସ୍ବର୍ଗତ ପଣ୍ଡା ବେଶ କିଛି ଦିନ ହେଲା ଅସୁସ୍ଥ ଥିଲେ । ଅନ୍ତିମ ଶର୍ଯ୍ୟା ନିକଟରେ ତ୍ସୀ ଭଗବତୀ ପଣ୍ଡା , ଦୁଇ ପୁଅ ଅରୁଣ , ଅଶୋକ, ଦୁଇ ଝିଅ ଉଷା , ସନ୍ଧ୍ୟା, ପୁତ୍ରବଧୂ,ନାତିନାତୁଣୀ ତଥା ପରିବାରବର୍ଗ ଉପସ୍ଥିତ ଥିଲେ । ସ୍ବର୍ଗତ ପଣ୍ଡା ସମ୍ବଲପୁର ଜିଲ୍ଲାର କୁଚିଣ୍ଡାର କୁଟୁରୁଚୁଆଁ ପ୍ରାଥମିକ ବିଦ୍ୟାଳୟରୁ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିବା ସହିତ ତେନ୍ତଳାବାହଲ ପ୍ରାଥମିକ ବିଦ୍ୟାଳୟରେ ନିଜର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ସେ ଜଣେ ଓଡ଼ିଶାର ପ୍ରତିଷ୍ଠିତ ପାଲା ଗାଏକ ଭାବେ ପରିଚିତ ଥିଲେ। ତାଙ୍କୁ ପଶ୍ଚିମ ଓଡିଶାର ସରଣ ଉପାଧିରେ ସମ୍ମାନିତ କରାଯାଇଥିଲା । ତାଙ୍କ ବିୟୋଗ ଖବରପାଇ ବହୁ ବୁଦ୍ଧିଜୀବି ଏବଂ ପୂର୍ବ ଛାତ୍ରଛାତ୍ରୀମାନେ ତାଙ୍କର ଶେଷ ଦର୍ଶନ କରିଥିଲେ । ଗ୍ରାମରେ ଥିବା ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବାବେଳେ ବଡପୁଅ ଅରୁଣ ମୁଖାଗ୍ନି ଦେଇଥିଲେ ।