ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଖିଲେଇ ଗ୍ରାମ ଦେଇ ଯାଇଥିବା ରାଞ୍ଚି – ବିଜୟୱାଡା ଜାତୀୟ ରାଜପଥରେ ଆଜି ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ଫଳରେ ଦେବଗଡ଼ ଏସଡିପିଓଙ୍କ ସରକାରୀ ଡ୍ରାଇଭର ରଞ୍ଜନ କୁମାର ସେଠିଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି l ସୂଚନା ଅନୁଯାଇ ରଞ୍ଜନ ଆଜି ନିଜ ଡ୍ୟୁଟି ସାରି ଛୁଟି ନେଇ ନିଜ ବାଇକ ଯୋଗେ ଜରାଛାଟ ଗ୍ରାମ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ଖିଲେଇ ଗ୍ରାମ ନିକଟରେ ରାଞ୍ଚି -ବିଜୟୱାଡା ଜାତୀୟ ରାଜପଥର ଏକ ବୁଲାଣିରେ ସମ୍ମୁଖ ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଘଟଣା ସ୍ଥଳରେହିଁ ରଞ୍ଜନଙ୍କ ମୃତ୍ୟୁ ଘଟିଥିଲା l ସୂଚନା ପାଇ ଖଇରପାଲି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗସ୍ତ ଗାଡିକୁ ଜବତ କରିବାସହ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି l
ଟ୍ରକ ଧକ୍କାରେ ପୁଲିସ ଡ୍ରାଇଭର ମୃତ
