Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖରମୁଣ୍ଡାଛକ ନିକଟରେ ଟ୍ରେଲର ଟ୍ରକ ମୁହାଁ ମୁହଁ ଧକ୍କା, ଘଟଣା ସ୍ଥଳରେ ଟ୍ରେଲର ଚାଳକ ମୃତ

ଜମନକିରା : ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ୫୩ ନମ୍ବର ଜାତୀୟ ରାଜପଥ ଅ ଚେପଟଆମ ଠାରେ ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ ହାଇୱା (ଓଡ଼ି ୧୫ ଡବ୍ଲୁ ୫୦୪୩) ସହ ଏକ ଟ୍ରେଲର (ଆର ୦୪ ଜି ଏ ୫୬୨୬) ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଟ୍ରେଲର ଚାଳକର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଟ୍ରେଳର ଟି ଦେବଗଡ଼ ପଟୁ ସମ୍ବଲପୁର ଦିଗକୁ ଯାଉଥିବା ବେଳେ ବିପରୀତ ଦିଗ ସମ୍ବଲପୁର ପଟୁ ଏକ ହାଇୱା ଦେବଗଡ଼ ଅଭିମୁଖେ ଯାଉଥିଵା ସମୟରେ ଏହି ଦୁର୍ଘଟଣା ଘଟିଛି l ମର୍ମନ୍ତୁତ ଦୁର୍ଘଟଣା ହେବା ଫଳରେ ଟ୍ରେଲର ଆଗପଟ ସମ୍ପୂର୍ଣ ଭାଙ୍ଗି ଯାଇଛି ଏବଂ ଡ୍ରାଇଭର ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଅନ୍ୟ ଗୁରୁତ୍ତର ଆହତ ଙ୍କୁ ଜମନକିରା ଅଗ୍ନିଶମ ବିଭାଗ, ଜମନକିରା ପୋଲିସ ଓ ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗରେ ବଡ ଡ଼ାକ୍ତରଖାନା କୁ ପଠେଇ ଦିଆଯାଇଛି। ଏଥିସହ ହାଇୱାରେ ଫସିଥିବା ଚାଳକ କୁ ଉଦ୍ଧାର କରି କୁଚିଣ୍ଡା ବଡ଼ ମେଡିକାଲ କୁ ପଠାଯାଇଥିବା ବେଳେ ଡ଼ାକ୍ତରଖାନାରେ ଡାକ୍ତର ମୃତ୍ୟୁ ଘୋଷଣା କରୁଥିବା ଜଣାପଡ଼ିଛି। ଦୁର୍ଘଟଣାରେ ମୃତୁବରଣ କରିଥିବା ଚାଳକଙ୍କ ପରିଚୟ ମିଳିପାରି ନଥିବା ବେଳେ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା କୁ ପଠେଇଥିବା ଏବଂ ଖୁବ୍ ଶୀଘ୍ର ଉଭୟ ଚାଳକ ଙ୍କ ପରିଚୟ ମିଳିଯିବ ବୋଲି ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।